Advertisment

Abhijit Majumdar's death issue: ଦାଦାଙ୍କୁ ମଦ ନୁହେଁ, ଡାକ୍ତର ମାରିଦେଲେ !

ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କରିଛନ୍ତି ବଡ଼ ଖୁଲାସା। ଆମକୁ ସାକ୍ଷାତକାର ଦେଇ କହିଛନ୍ତି ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁର ଅସଲ ରହସ୍ୟ। ଗଣମାଧ୍ୟମ ତଥ୍ୟ ହେଉ କି ଶୁଣାକଥା। ସବୁଠି ଗୋଟିଏ ଚର୍ଚ୍ଚା ମଦ ହିଁ ମୃତ୍ୟୁର କାରଣ। ହେଲେ ଅନ୍ତରା କହୁଛନ୍ତି ଭିନ୍ନ କିଛି ।

Dada
Advertisment

ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କରିଛନ୍ତି ବଡ଼ ଖୁଲାସା। ଆମକୁ ସାକ୍ଷାତକାର ଦେଇ କହିଛନ୍ତି ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁର ଅସଲ ରହସ୍ୟ। ଗଣମାଧ୍ୟମ ତଥ୍ୟ ହେଉ କି ଶୁଣାକଥା। ସବୁଠି ଗୋଟିଏ ଚର୍ଚ୍ଚା ମଦ ହିଁ ମୃତ୍ୟୁର କାରଣ। ହେଲେ ଅନ୍ତରା କହୁଛନ୍ତି ଭିନ୍ନ କିଛି । ଲିଭର ସିରୋସିରେ ପଡି ଅଭିଜିତ ମଜୁମଦାର ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିଲା। କିଡନି, ଲିଭର ଆଉ ହାର୍ଟ ବିଲକୁଲ୍ ସୁସ୍ଥ ଥିଲା। ହେଲେ ଡାକ୍ତରଙ୍କ ଗୋଟିଏ ଭୁଲ ତାଙ୍କ ଜୀବନ ନେଇଗଲା।

Advertisment

୫ ମାସ ଧରି କଷ୍ଟ ସହିଲେ। କଟକରୁ ଭୁବନେଶ୍ବର ଆସିଲେ। ନିକଟ ସମ୍ପର୍କୀୟ କହୁଥିଲେ, ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦେହ ହାତ ହଲାଉଛନ୍ତି। ହେଲେ ଅଭିଜିତ ଭିତରୁ ଭିତରୁ ମରୁଥିଲେ। ସ୍ନାୟବିକ ଦୁର୍ବଳତା ତାଙ୍କୁ କୋମାକୁ ନେଇଗଲା। ତାଙ୍କ ମୃତ୍ୟୁର ବାସ୍ତବ କାରଣ କିଛି ଭିନ୍ନ ଥିଲା। ଆଉ ସେ କାରଣଟା ଥିଲା ଡାକ୍ତରି ଭାଷାରେ ODS।  ଶରୀରରେ ସୋଡିୟମ ମାତ୍ରାରେ ସନ୍ତୁଳନ ରଖିବାକୁ ଡାକ୍ତର ମେଡିସିନ୍ ଡୋଜ୍ ବଢାଇଦେଲେ। ବ୍ରେନ ଆଉ ରେସପଣ୍ଡ କଲାନି। ସ୍ନାୟବିକ ଦୁର୍ବଳତା ପାଇଁ ଶରୀର ଓ ବ୍ରେନ ଭିତରର ସମ୍ପର୍କ ତୁଟୁଥିଲା। ଦାଦା ବେଶି ବେଶି ଅସୁସ୍ଥ ହୋଇପଡୁଥିଲେ।  

ଅଭିଜିତ ମଜୁମଦାରଙ୍କ ମୃତ୍ୟୁକୁ ୧୫ ଦିନ ବିତିଗଲା। ଘରେ ଦୁର୍ବଳକୃତ୍ୟ ସରିଛି। ଶ୍ରାଦ୍ଧପତ୍ର ପଡିଛି। ସବୁବେଳେ ହସହସ ମୁହଁରେ ଦର୍ଶକଙ୍କୁ ମନ ମତାଣିଆ ଗୀତ ପରଶୁଥିବା ଦାଦା ନିର୍ଜୀବ ଫଟୋ ଭିତରେ ଆବଦ୍ଧ ହୋଇପଡିଛନ୍ତି।  ଏପଟେ ଦର୍ଶକଙ୍କ ଆଖିରୁ ଲୁହ ସୁଖିନି। କିନ୍ତୁ ଏହାରି ଭିତରେ ଅନ୍ତରାଙ୍କ କଥା କେଇପଦ ସମସ୍ତଙ୍କୁ ଚମକାଇ ଦେଇଛି। ଚାହିଁଥିଲେ ଦାଦା ବଞ୍ଚି ଯାଇଥାନ୍ତେ। ଆଜି ଆମ ଗହଣରେ ଥାଆନ୍ତେ। କିନ୍ତୁ ଏ ସବୁ ଭାବିଲା ବେଳକୁ ବେଶ୍ ଡେରି ହୋଇଯାଇଛି।


Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe