Advertisment

ଡାକ୍ତରଙ୍କ ଅବହେଳା ଯୋଗୁ ଖୋଲିଗଲା ପ୍ରସୂତିଙ୍କ ଷ୍ଟିଚ୍‌

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅବହେଳା ଦେଖିବାକୁ ମିଳିଛି। ମହିଳାଙ୍କ ଅପରେସନ୍‌ ସିଲେଇ ଫିଟାଇବା ବେଳେ ସମସ୍ତ ଷ୍ଟିଚ୍ ଆପେ ଫିଟି ଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ପୂଜା ନାୟକ ୭ ଦିନ ତଳେ ସିଜରିଆନ୍ ମାଧ୍ୟମରେ ପ୍ରସବ କରିଥିଲେ। ୭ ଦିନ ପରେ ଗତକାଲି ସେ ଷ୍ଟିଚ ଫିଟାଇବାକୁ ଯାଇଥିବାବେଳେ ଦୁଇଟି ଷ୍ଟିଚ୍ ଫିଟାଉ ଫିଟାଉ ଆପେ ସବୁ ଷ୍ଟିଚ୍ ଖୋଲି […]

author-image
Puspanjali Panda
ଅଦ୍ୟତନ ହୋଇଛି
ଡାକ୍ତରଙ୍କ ଅବହେଳା ଯୋଗୁ ଖୋଲିଗଲା ପ୍ରସୂତିଙ୍କ ଷ୍ଟିଚ୍‌

streee

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅବହେଳା ଦେଖିବାକୁ ମିଳିଛି। ମହିଳାଙ୍କ ଅପରେସନ୍‌ ସିଲେଇ ଫିଟାଇବା ବେଳେ ସମସ୍ତ ଷ୍ଟିଚ୍ ଆପେ ଫିଟି ଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁଯାୟୀ, ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ପୂଜା ନାୟକ ୭ ଦିନ ତଳେ ସିଜରିଆନ୍ ମାଧ୍ୟମରେ ପ୍ରସବ କରିଥିଲେ। ୭ ଦିନ ପରେ ଗତକାଲି ସେ ଷ୍ଟିଚ ଫିଟାଇବାକୁ ଯାଇଥିବାବେଳେ ଦୁଇଟି ଷ୍ଟିଚ୍ ଫିଟାଉ ଫିଟାଉ ଆପେ ସବୁ ଷ୍ଟିଚ୍ ଖୋଲି ଯାଇଥିଲା। ଏନେଇ ପ୍ରସୂତି ଜଣଙ୍କ ୪ ଘଣ୍ଟା ଧରି କଷ୍ଟ ପାଇଥିଲେ। ଡାକ୍ତରଙ୍କୁ ଡାକିଥିଲେ ବି କେହି ଆସିନଥିଲେ।

ତେବେ ପାଟିତୁଣ୍ଡ ପରେ ଡାକ୍ତର ଆସିଥିଲେ ଏବଂ ଷ୍ଟିଚ୍‌ ଖୋଲିଥିବା ସ୍ଥାନରେ କେବଳ ଗଜ୍ କପଡ଼ା ଦେଇ ଦେଇଥିଲେ। ଦାୟିତ୍ୱହୀନ ଭାବେ ସିଲେଇ କରିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ଅବହେଳାକୁ ଅସ୍ୱୀକାର କରିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କରିଛନ୍ତି। ତେଣୁ କ୍ଷତ ଭରିବାକୁ ଦ୍ୱିତୀୟ ସିଲେଇ ୭/୮ ଦିନ ପରେ କରାଯିବ ବୋଲି ମେଡିକାଲ ଅଧୀକ୍ଷକ କହିଛନ୍ତି।

Advertisment