Advertisment

ଚିକିତ୍ସା ବେଳେ ରୋଗୀଙ୍କ ମୃତ୍ୟୁ, ଭୟରେ ନିଜ ବେକ କାଟିଲେ ଡାକ୍ତର

ବରଗଡ଼ (ଦୀପକ ଶର୍ମା): ଚିକିତ୍ସା କରୁଥିବା ସମୟରେ ଚାଲିଗଲା ମହିଳା ରୋଗୀଙ୍କ ଜୀବନ। ଏଥିରେ ଭୟଭୀତ ହୋଇ ଡାକ୍ତର ନିଜ ବେକ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସହରରେ। ଗୁରୁତର ଡାକ୍ତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଡାକ୍ତର ହେଉଛନ୍ତି ସୁବୋଧ ସାହୁ। ବରଗଡ଼ ବ୍ଲକ୍‌ ବନବାସ ମାଲି ଗାଁର ଲବଙ୍ଗ ସାହୁଙ୍କ ଦାନ୍ତରେ ଭୀଷଣ ଯନ୍ତ୍ରଣା ହେଉଥିଲା। ତେଣୁ ତାଙ୍କ ପୁଅ […]

ଚିକିତ୍ସା ବେଳେ ରୋଗୀଙ୍କ ମୃତ୍ୟୁ, ଭୟରେ ନିଜ ବେକ କାଟିଲେ ଡାକ୍ତର

docter

Advertisment

ବରଗଡ଼ (ଦୀପକ ଶର୍ମା): ଚିକିତ୍ସା କରୁଥିବା ସମୟରେ ଚାଲିଗଲା ମହିଳା ରୋଗୀଙ୍କ ଜୀବନ। ଏଥିରେ ଭୟଭୀତ ହୋଇ ଡାକ୍ତର ନିଜ ବେକ କାଟି ଦେଇଛନ୍ତି।

Advertisment

ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସହରରେ।

ଗୁରୁତର ଡାକ୍ତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଡାକ୍ତର ହେଉଛନ୍ତି ସୁବୋଧ ସାହୁ।

ବରଗଡ଼ ବ୍ଲକ୍‌ ବନବାସ ମାଲି ଗାଁର ଲବଙ୍ଗ ସାହୁଙ୍କ ଦାନ୍ତରେ ଭୀଷଣ ଯନ୍ତ୍ରଣା ହେଉଥିଲା। ତେଣୁ ତାଙ୍କ ପୁଅ ତାଙ୍କୁ ଖଜୁରଟିକ୍ରାରେ କ୍ଲିନିକ୍‌ କରିଥିବା ଡାକ୍ତର ସୁବୋଧ ସାହୁଙ୍କ ପାଖକୁ ନେଇଥିଲେ।

Advertisment

ଡାକ୍ତର ସାହୁ ଇଞ୍ଜେକ୍‌ସନ୍‌ ଦେଇ ଲବଙ୍ଗଙ୍କ ଦାନ୍ତ ଓପାଡ଼ି ଥିଲେ। ଏହି ସମୟରେ ଲବଙ୍ଗ ଅଚେତ ହୋଇ ଯାଇଥିଲେଏବଂ ତାଙ୍କର ସଜ୍ଞା ଫେରିନଥିଲା।

ଲବଙ୍ଗଙ୍କ ପୁଅ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ କ୍ଲିନିକ୍‌ରେ ପହଞ୍ଚି ଲବଙ୍ଗଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ଏନେଇ ଟାଉନ୍‌ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ କ୍ଲିନିକ୍‌ରେ ପହଞ୍ଚିଥିଲା।

ଏକଥା ଡାକ୍ତର ସାହୁ ଜାଣିପାରି ନିଜ ବେକ କାଟି ଦେଇଥିଲେ। ପୁଲିସ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe