Advertisment

କୋକେଇରେ ବାପା, ଷ୍ଟେଥୋସ୍କୋପ ପକାଇ ଦେଖିଲା ଡାକ୍ତରୀ ପଢ଼ୁଥିବା ପୁଅ

ଜୟପୁର(ଟି. ଗୌରୀ ଶଙ୍କର): ବାପା ଚାହୁଁଥିଲେ ପୁଅ ମୋର ଡାକ୍ତର ହେବ। ଲୋକଙ୍କ ସେବା କରିବ। ବାପାଙ୍କ ଆଶା ପୂରଣ କରିବାକୁ ଯାଇ ପୁଅ ବି ଡାକ୍ତରୀ ପଢ଼ୁଥିଲା। ଆଉ ଦିନ କେଇଟାରେ ସରିଥାନ୍ତା ପାଠପଢ଼ା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।  ପୁଅ ଡାକ୍ତର ହେବା ଆଗରୁ ଆଖି ବୁଜିଦେଲେ ବାପା। ବାପାଙ୍କୁ ହରାଇବାର କୋହକୁ ସମ୍ଭାଳି ପାରି ନ ଥିବା ପୁଅ ଶେଷରେ କୋକେଇରେ ଶୋଇଥିବା ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିଥିଲେ। […]

ଅଦ୍ୟତନ ହୋଇଛି
କୋକେଇରେ ବାପା, ଷ୍ଟେଥୋସ୍କୋପ ପକାଇ ଦେଖିଲା ଡାକ୍ତରୀ ପଢ଼ୁଥିବା ପୁଅ

ddd

Advertisment

ଜୟପୁର(ଟି. ଗୌରୀ ଶଙ୍କର): ବାପା ଚାହୁଁଥିଲେ ପୁଅ ମୋର ଡାକ୍ତର ହେବ। ଲୋକଙ୍କ ସେବା କରିବ। ବାପାଙ୍କ ଆଶା ପୂରଣ କରିବାକୁ ଯାଇ ପୁଅ ବି ଡାକ୍ତରୀ ପଢ଼ୁଥିଲା। ଆଉ ଦିନ କେଇଟାରେ ସରିଥାନ୍ତା ପାଠପଢ଼ା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।  ପୁଅ ଡାକ୍ତର ହେବା ଆଗରୁ ଆଖି ବୁଜିଦେଲେ ବାପା।

Advertisment

ବାପାଙ୍କୁ ହରାଇବାର କୋହକୁ ସମ୍ଭାଳି ପାରି ନ ଥିବା ପୁଅ ଶେଷରେ କୋକେଇରେ ଶୋଇଥିବା ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିଥିଲେ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୁଡିଆବନ୍ଧ ଗାଁରେ।

publive-image

ଗୁଡିଆବନ୍ଧ ଗାଁର ପାଣିପଞ୍ଚାୟତ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲାଡି ସୋମେଶ୍ୱର ରାଓଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହୋଇ ଲୋକଙ୍କ ସେବା କରିବ। ଆଉ ତାଙ୍କ ସ୍ୱପ୍ନ ସତ ବି ହେଲା। ତାଙ୍କର ପୁଅ ଲାଡି ରାକେଶ ଏମ୍‌ବିବିଏସ୍‌ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ ଏସସିବିରେ ଡାକ୍ତରୀ ପାଠ ପଢୁଛନ୍ତି। ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଦିନରାତି ଲାଗି ପଡ଼ିଛନ୍ତି ରାକେଶ।

Advertisment

କିନ୍ତୁ ଭାଗ୍ୟର ବିଡ଼ମ୍ବନା, ପୁଅ ଡାକ୍ତର ହେବା ପୂର୍ବରୁ ବାପା ଆଖି ବୁଜିଲେ।  ଗତ ଡିସେମ୍ବର ୧୮ରେ ବାପା ସୋମେଶ୍ୱରଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଏପରି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ ।  ତେବେ ଡାକ୍ତର ଭାବେ ଦେଖିବା ଆଗରୁ ବାପା ଚାଲିଯିବାରୁ ନିଜ କୋହକୁ ସମ୍ଭାଳି ପାରିଲେନି ପୁଅ। ଶେଷରେ କୋକେଇରେ ଶୋଇଥିବା ଅବସ୍ଥାରେ ଷ୍ଟେଥୋସ୍କୋପ ପକାଇ ବାପାଙ୍କ ଚିକିତ୍ସା କରିଥିଲେ।

publive-image

ଏଭଳି ଦୃଶ୍ୟ ଉପସ୍ଥିତ ବନ୍ଧୁ ପରିଜନଙ୍କ କୋହକୁ ଅଟକାଇ ପାରିନଥିଲା। ରାକେଶଙ୍କ ଏପରି କାର୍ଯ୍ୟ ସମସ୍ତଙ୍କୁ ହତବାକ କରିଦେବା ସହ ଉପସ୍ଥିତ ଲୋକଙ୍କ ଆଖିରୁ ବି ପାଣି ଚାଲିଆସିଥିଲା।

ଅଧିକ ପଢନ୍ତୁ : ପୁଅ ଆଗରେ ବାପାକୁ କଚାଡ଼ି ଦେଲା ହାତୀ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe