Advertisment

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ଅସ୍ତ୍ରୋପଚାର ମୋବାଇଲ ଲାଇଟରେ କରିବାକୁ ପ୍ରୟାସ

କେନ୍ଦୁଝର (ପ୍ରଣୟ ପାଣି): ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ତେବେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଓଏମ୍‌ସି ଗେଷ୍ଟହାଉସ ନିକଟସ୍ଥ ଏକ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳା ପଡ଼ିଥିଲେ। ମହିଳାଙ୍କ […]

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ଅସ୍ତ୍ରୋପଚାର ମୋବାଇଲ ଲାଇଟରେ କରିବାକୁ ପ୍ରୟାସ

8

Advertisment

କେନ୍ଦୁଝର (ପ୍ରଣୟ ପାଣି): ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ତେବେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଓଏମ୍‌ସି ଗେଷ୍ଟହାଉସ ନିକଟସ୍ଥ ଏକ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳା ପଡ଼ିଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

ତେବେ ମହିଳାଙ୍କ ଗଳା, ଗାଲ, ମୁଣ୍ଡ ଓ ଓଠରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେହି ସମୟରେ ଡାକ୍ତରଖାନାରେ ବିଦ୍ୟୁତ୍‌ ନଥିଲା। ତେଣୁ ମୋବାଇଲ୍‌ ଲାଇଟ୍‌ରେ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ! ତେବେ ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ନଥିବାରୁ ଶେଷରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe