Advertisment

ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଗଲେ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍‌। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ ଇଣ୍ଟର୍ନ ଡାକ୍ତର ଯିବେ। ବାତ୍ୟା ବେଳେ କୋଭିଡ୍‌ ସୁପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନାମା ଅନୁସାରେ, ବାଲେଶ୍ୱର […]

ଅଦ୍ୟତନ ହୋଇଛି
ଫାର୍ମସିଷ୍ଟ କରିବେ ରୋଗୀଙ୍କ ଚିକିତ୍ସା, ପ୍ରଶ୍ନ ଉଠାଇଲେ ଡାକ୍ତର

doctor

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍‌। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ ଇଣ୍ଟର୍ନ ଡାକ୍ତର ଯିବେ। ବାତ୍ୟା ବେଳେ କୋଭିଡ୍‌ ସୁପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ।

Advertisment

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନାମା ଅନୁସାରେ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଅଧିକ ୧୪ଜଣ ଲେଖାଏଁ ଡାକ୍ତରଙ୍କୁ ପଠାଯାଇଛି। ଏହି ୧୪ଜଣ ଡାକ୍ତରଙ୍କ ମଧ୍ୟରୁ ୪ଜଣ ପିଜି ଡାକ୍ତର ଓ ଅନ୍ୟ ୧୦ଜଣ ଇଣ୍ଟର୍ଣ୍ଣସିପ୍ କରୁଥିବା ଡାକ୍ତରୀ ଛାତ୍ର ରହିଛନ୍ତି। ସେମାନଙ୍କୁ ଆଜି ରିଲିଭ୍ କରିବାକୁ କୁହାଯାଇଛି। ସେମାନେ ଜିଲ୍ଲା ହସ୍ପିଟାଲରେ ‘କୋଭିଡ-୧୯’ ଚିକିତ୍ସା ଦାୟିତ୍ୱରେ ରହିବେ। ଏହି ଦୁଇ ଜିଲ୍ଲା ବ୍ୟତୀତ ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ମଧ୍ୟ ଜଣେ ଆନେସ୍ଥେସିଆ ଡାକ୍ତର(ପିଜିଛାତ୍ର)ଙ୍କୁ ନିୟୋଜିତ କରାଯାଇଛି।

ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖାପାଖି ଅଞ୍ଚଳରେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ କରିବ।ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହେବ। ଯାହାକୁ ଲକ୍ଷ୍ୟ କରି ସମୁଦ୍ର କୂଳିଆ ଓ ମାଟି ଘରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ କାଲି ସନ୍ଧ୍ୟା ପୂର୍ବରୁ ସ୍ଥାନାନ୍ତରିତ କରାଯିବ। କୋଭିଡ୍‌ ମହାମାରୀ ଭିତରେ ବାତ୍ୟା ପ୍ରଭାବିତଙ୍କୁ ସ୍ଥାନାନ୍ତରିତ କରିବା ରାଜ୍ୟ ସରକାରଙ୍କ ପାଇଁ କାଠିକର ପାଠ ହେବ। ବାତ୍ୟାସ୍ଥଳରେ ପ୍ରଭାବିତଙ୍କୁ ସାମାଜିକ ଦୂରତା ବଜାୟ କରି ରଖିବା ଓ ଲୋକଙ୍କୁ ଡବ୍‌ଲ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅପିଲ୍‌ କରିଛି

Advertisment

ବାତ୍ୟା ସମୟରେ ଓ ବାତ୍ୟା ପରେ ସ୍ଥିତି ଭୟଙ୍କର ହେବ ବୋଲି ଆଶା କରାଯାଉଛି। ଏପରି ସମୟରେ କୋଭିଡ୍‌ ସୁପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ। ସେଥିପାଇଁ ରାଜ୍ୟ ସରକାର ଆଗୁଆ ୨୮ ଡାକ୍ତରଙ୍କୁ ପଠାଇଛନ୍ତି। ପରେ ଆଉ କିଛି ଡାକ୍ତର ପଠାଇବାକୁ ଯୋଜନା କରୁଛନ୍ତି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe