Advertisment

କରୋନା କାଳରେ ବିପଦରେ ‘ଦ୍ୱିତୀୟ ଈଶ୍ୱର’ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଡାକ୍ତର ଦ୍ୱିତୀୟ ଈଶ୍ୱର। ବିଶେଷ କରି କରୋନା ମହାମାରୀ ସମୟରେ ଘର ପରିବାର ଛାଡ଼ି ଡାକ୍ତରମାନେ ସାଜିଛନ୍ତି ସମ୍ମୁଖ ଯୋଦ୍ଧା। ଆକ୍ରାନ୍ତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଅସୁଥିବାରୁ ସେମାନେ ମଧ୍ୟ କରୋନାର କରାଳ ରୂପକୁ ସାମ୍ନା କରୁଛନ୍ତି। ତଥ୍ୟ କହୁଛି ମହାମାରୀ ସମୟରେ ଲୋକଙ୍କୁ ସାହା ହେଉଥିବା ଡାକ୍ତରୀ ବୃତ୍ତି ମଧ୍ୟ ବିପଦରେ ପଡ଼ିଛି। କୋଭିଡ୍‌-୧୯ ଲଢ଼େଇରେ ଲୋକଙ୍କୁ ମାନସିକ ସାହସ ଦେଉଥିବା ଡାକ୍ତର ନିଜେ ଆକ୍ରାନ୍ତ ହେବା ଏବେ ଚିନ୍ତା […]

ଅଦ୍ୟତନ ହୋଇଛି
କରୋନା କାଳରେ ବିପଦରେ ‘ଦ୍ୱିତୀୟ ଈଶ୍ୱର’ ଡାକ୍ତର

DOCTORS

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଡାକ୍ତର ଦ୍ୱିତୀୟ ଈଶ୍ୱର। ବିଶେଷ କରି କରୋନା ମହାମାରୀ ସମୟରେ ଘର ପରିବାର ଛାଡ଼ି ଡାକ୍ତରମାନେ ସାଜିଛନ୍ତି ସମ୍ମୁଖ ଯୋଦ୍ଧା। ଆକ୍ରାନ୍ତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଅସୁଥିବାରୁ ସେମାନେ ମଧ୍ୟ କରୋନାର କରାଳ ରୂପକୁ ସାମ୍ନା କରୁଛନ୍ତି। ତଥ୍ୟ କହୁଛି ମହାମାରୀ ସମୟରେ ଲୋକଙ୍କୁ ସାହା ହେଉଥିବା ଡାକ୍ତରୀ ବୃତ୍ତି ମଧ୍ୟ ବିପଦରେ ପଡ଼ିଛି। କୋଭିଡ୍‌-୧୯ ଲଢ଼େଇରେ ଲୋକଙ୍କୁ ମାନସିକ ସାହସ ଦେଉଥିବା ଡାକ୍ତର ନିଜେ ଆକ୍ରାନ୍ତ ହେବା ଏବେ ଚିନ୍ତା ବଢ଼ାଇ ଦେଇଛି।

Advertisment

ଦେଶରେ ଏବେ ସୁଦ୍ଧା କରୋନାରେ ୧୨,୦୭୯ ଜଣ ଡାକ୍ତର ସଂକ୍ରମିତ ହୋଇସାରିଲେଣି। ଅନ୍ୟପକ୍ଷରେ ୯୦ରୁ ଅଧିକ ଡାକ୍ତରଙ୍କ ଜୀବନ ଗଲାଣି। ସେହିଭଳି ଆମ ରାଜ୍ୟ ଓଡ଼ିଶାରେ ବି ଏ ଭାଇରସ୍ କବଳରେ ୨୦ରୁ ଅଧିକ ଡାକ୍ତର ପଡ଼ିବା ପରେ ଏ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସଙ୍କଟକୁ ଅଧିକ ଗୁରୁତର କରିଛି।

ଅନ୍ୟକୁ ବଞ୍ଚିବାର ବାଟ ଦେଖାଉଥିବା ଡାକ୍ତରଟିଏ ବି ଅୟହାୟ ହୋଇପଡ଼ିଥିବାର ଚିତ୍ର ଅତୀତରେ ସାମ୍ନାକୁ ଆସିଛି। ନିଜେ ଜଣେ ଡାକ୍ତର ବା କୋଭିଡ୍ ଯୋଦ୍ଧା ହୋଇ ବି ନିଜ ମା’ଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଥିଲେ ଜଣେ ଡାକ୍ତର ତାହସିନ୍ ଅନଓ୍ୱର। ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ଡାକ୍ତର କହିଥିଲେ, ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ନିଜ ମାଙ୍କର ୨ ଦିନ ତଳୁ କରୋନା ପଜିଟିଭ୍ ରିପୋର୍ଟ ଆସିଥିଲେ ବି ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଉନଥିଲା। ଡାକ୍ତରଙ୍କ ପ୍ରତିବାଦ ପରେ ଯାଇ ସହାୟତା ମିଳିଥିବା ସୂଚନା ମିଳିଛି।

Advertisment

ତେବେ ଏଭଳି ଘଟଣା ଅନେକ ହେଲେ ହେଁ କାହାଣୀ ସମାନ ରହୁଛି। କରୋନା ଆକ୍ରାନ୍ତ ହେବାର ଭୟ, ପରିବାରର ଚିନ୍ତା ଏବଂ ଭୀଷଣ ଗୁଳୁଗୁଳିରେ ପିପିଇ କିଟ୍ ଭିତରେ ଜୀବନ ଜିଉଁଛନ୍ତି ଡାକ୍ତର। ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସମ୍ମୁଖ ଯୋଦ୍ଧା ସାଜିଥିବା ଏହି ଡାକ୍ତରମାନଙ୍କ କଥା ଚିନ୍ତା କରିବାର ସମୟ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe