/odisha-reporter/media/post_attachments/uploads/2019/02/10-1.jpg)
10
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ଡାକ୍ତରଙ୍କୁ ଖୁସି କରିବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ଚାକିରିରେ ପଦୋନ୍ନତି ପାଇଁ ଡାକ୍ତରମାନଙ୍କ ଦୀର୍ଘଦିନର ଦାବିକୁ ସରକାର ଆଜି ପୂରଣ କରିଛନ୍ତି। ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସ କ୍ୟାଡ଼ର ଅଧୀନରେ କାର୍ଯ୍ୟରତ ଥିବା ପ୍ରତ୍ୟେକ ଡାକ୍ତରଙ୍କୁ ଏହି ପଦୋନ୍ନତି ସୁବିଧା ମିଳିବ। ଏହି ସେବା ବର୍ଗ ଅନ୍ତର୍ଭୁକ୍ତ ଜଣେ ଡାକ୍ତର ନିୟମିତ ଭାବେ କାର୍ଯ୍ୟ କରୁଥିଲେ ତାଙ୍କୁ ଚାକିରିର ୭ ବର୍ଷ, ୧୪ ବର୍ଷ ଓ ୨୧ ବର୍ଷ ବ୍ୟବଧାନରେ ଗୋଟିଏ ଲେଖାଏ ପଦୋନ୍ନତି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାକ୍ତରମାନଙ୍କ ଏହି ‘ଡାଇନୋମିକ ଆସ୍ୟୁଏଡ୍ କ୍ୟାରିୟର ପ୍ରୋଗେସନ୍’ (ଡିଏସିପି)କୁ ଅନୁମୋଦନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
