Advertisment

ଓଡ଼ିଶାରେ ସ୍ୱାମୀଙ୍କ ପ୍ରତାରଣା ଉଦ୍‌ବେଗଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା।  ଅନେକ କାର୍ଯ୍ୟକ୍ରମ ହେଉଛି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ଓଡ଼ିଶାରେ ୩୩ ପ୍ରତିଶତ ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଥିବା ସତ୍ତ୍ୱେ ୭.୫ ପ୍ରତିଶତ କିଶୋରୀ ମାତୃତ୍ୱ ଲାଭ କରୁଛନ୍ତି । ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲଥ୍‌ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ଆସିବା ପରେ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ସ୍ୱାମୀଙ୍କ ପ୍ରତାରଣା ଉଦ୍‌ବେଗଜନକ

husband

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା।  ଅନେକ କାର୍ଯ୍ୟକ୍ରମ ହେଉଛି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ଓଡ଼ିଶାରେ ୩୩ ପ୍ରତିଶତ ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଥିବା ସତ୍ତ୍ୱେ ୭.୫ ପ୍ରତିଶତ କିଶୋରୀ ମାତୃତ୍ୱ ଲାଭ କରୁଛନ୍ତି । ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲଥ୍‌ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ଆସିବା ପରେ ଆଇନର କାର୍ଯ୍ୟକାରିତାରେ କେଉଁଠି ରହୁଛି ତ୍ରୁଟି, ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଗତ କିଛି ଦିନ ତଳେ ଗଜପତି ଜିଲ୍ଲାର ଶାଶୂଘରେ ଜଣେ ବୋହୂ ଧାରଣା ଦେଇଥିଲେ।  ସ୍ୱାମୀଠାରୁ ହକ୍ ପାଇବା ଲାଗି ଡହଡହ ଖରାରେ ଶାଶୂଘରେ ବୋହୂ ଧାରଣା ଦେଇଥିଲେ। ସେହିପରି  ବ୍ରହ୍ମପୁରର ସୁମିତ-ତପସ୍ୱନୀ ବିବାଦ , ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମାମଲା ବି ଏଯାଏଁ ତୁଟିନି।  ରାଜନେତା, ଅଭିନେତା, ଧନୀ, ଗରିବ ସବୁ ପରିବାରରେ ଦେଖିବାକୁ ମିଳୁଛି ଏମିତି ଘଟଣା।  ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲଥ୍‌ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି । ପତି-ପତ୍ନୀ ହିଂସା କ୍ଷେତ୍ରରେ ଦଶମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ଦମ୍ପତି ହିଂସାକାଣ୍ଡ ହାର ଜାତୀୟ ହାର ୩୨ ପ୍ରତିଶତଠୁ ଅଧିକ । ତେବେ ଘରୋଇ ହିଂସା ରୋକିବାକୁ ଅନେକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜ୍ୟ କମିଳା କମିଶନ ଅଧ୍ୟକ୍ଷା।

କିଶୋରୀ ମାତୃତ୍ୱ ଓ ରକ୍ତ ସମ୍ପର୍କ ବିବାହ କ୍ଷେତ୍ରରେ ବି ଓଡ଼ିଶାର ତଥ୍ୟ ଉଦ୍‌ବେଗଜନକ।  ସର୍ଭେ ଅନୁସାରେ ୧୫ରୁ ୪୯ ବର୍ଷ ବୟସ ବର୍ଗରେ ୧୩ ପ୍ରତିଶତ ମହିଳା ସେମାନଙ୍କ ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଛନ୍ତି।  ଏକ୍ଷେତ୍ରରେ ଜାତୀୟ ହାର ୧୧ ପ୍ରତିଶତ ଥିବା ବେଳେ ବେଳେ ତାମିଲନାଡ଼ୁରେ ସର୍ବାଧିକ ୨୮ ପ୍ରତିଶତ ମହିଳା ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଥିବା ଜଣାପଡ଼ିଛି ।  କିଶୋରୀ ମାତୃତ୍ୱ କ୍ଷେତ୍ରରେ ନବମ ସ୍ଥାନରେ ରହିଛି ଓଡ଼ିଶା । ୨୦୧୯ରୁ ୨୧ ମଧ୍ୟରେ ରାଜ୍ୟର ୧୫ରୁ ୧୯ ବର୍ଷ ବୟସ ବର୍ଗର ୭.୫ ପ୍ରତିଶତ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି କିଶୋରୀ।   ଏଥିପାଇଁ ଶିଶୁ ଓ ମହିଳା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କୁ ଦାୟୀ କରଯାଉଛି । ତେବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି, ବାଲ୍ୟ ବିବାହ କାରଣରୁ ରାଜ୍ୟରେ କିଶୋରୀ ମାତୃତ୍ୱ ବଢ଼ୁଛି  । ଏହାକୁ ରୋକିବା ଲାଗି ସରକାର ଅନେକ କାଯର୍ୟକ୍ରମ ଓ ସ୍କିମ ଆଣିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe