Advertisment

‘ଥାର୍ଡ ୱେଭ ଆସିବା ପୂର୍ବରୁ ଜାଣି ହେବ, ତେଣୁ ଭୟଭୀତ ନୁହେଁ ସତର୍କ ରୁହନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଲହରର କୋପ ନ ସରୁଣୁ ତୃତୀୟ ଲହର ଆସିବା ଚର୍ଚ୍ଚାକୁ ନେଇ ଭୟଭୀତ ହୋଇଗଲେଣି ରାଜ୍ୟବାସୀ। ହେଲେ ରାଜ୍ୟରେ କରୋନାର ଥାର୍ଡ  ୱେଭ  ଆସିବା ପୂର୍ବରୁ ଆଗୁଆ ଜାଣି ହେବ । ଏଥିନିମନ୍ତେ ଭୟଭୀତ ନ ହୋଇ ସମସ୍ତେ କରୋନା ଗାଇଡ଼ଲାଇନ୍‌କୁ ପାଳନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏଥିସହ ସେ କହିଛନ୍ତି, ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀକୁ ଆସିବା ପରେ ଓଡ଼ିଶାକୁ ଆସିଥିଲା । ଆଶା କରୁଛୁ […]

author-image
Niharika Rout
ଅଦ୍ୟତନ ହୋଇଛି
‘ଥାର୍ଡ ୱେଭ ଆସିବା ପୂର୍ବରୁ ଜାଣି ହେବ, ତେଣୁ ଭୟଭୀତ ନୁହେଁ ସତର୍କ ରୁହନ୍ତୁ’

Bijay Mohapatra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଲହରର କୋପ ନ ସରୁଣୁ ତୃତୀୟ ଲହର ଆସିବା ଚର୍ଚ୍ଚାକୁ ନେଇ ଭୟଭୀତ ହୋଇଗଲେଣି ରାଜ୍ୟବାସୀ। ହେଲେ ରାଜ୍ୟରେ କରୋନାର ଥାର୍ଡ  ୱେଭ  ଆସିବା ପୂର୍ବରୁ ଆଗୁଆ ଜାଣି ହେବ । ଏଥିନିମନ୍ତେ ଭୟଭୀତ ନ ହୋଇ ସମସ୍ତେ କରୋନା ଗାଇଡ଼ଲାଇନ୍‌କୁ ପାଳନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ଏଥିସହ ସେ କହିଛନ୍ତି, ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀକୁ ଆସିବା ପରେ ଓଡ଼ିଶାକୁ ଆସିଥିଲା । ଆଶା କରୁଛୁ ଥାର୍ଡ ୱେଭ ଆମ ରାଜ୍ୟକୁ କେବେ ଆସିବ ତାହା ଜାଣିହେବ । ଏହାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଏଥିସହ ସେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି,  ବେଳେବେଳେ  ଅପ୍ ଡାଉନ ହେଉଛି ।  ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

Advertisment

ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ କେତେ ଜଣ ଗୁରୁତର ହେଉଛନ୍ତି ସେନେଇ ଅନୁଧ୍ୟାନ ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ICMR ପକ୍ଷରୁ ୨୭୪ ଜଣଙ୍କ ଉପରେ ଷ୍ଟଡି କରାଯାଇଥିଲା। ସେଥିରୁ ଯାହା ଜଣାପଡ଼ୁଛି, ଭ୍ୟାକ୍ସିନ କାମ କରୁଛି।  ଭ୍ୟାକ୍ସିନ ନେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଛି। ଏହାବାଦ  ଭ୍ୟାକ୍ସିନ ନେଇ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନେ ଗୁରୁତର ହେଉ ନାହାନ୍ତି।

ତେଣୁ ଭ୍ୟାକ୍ସିନ କାମ କରିବା ସହ ଏହାକୁ ନେବା ପରେ ଆଣ୍ଟିବଡ଼ି ତିଆରି ହେଉଛି। ଯାହାକି ଆମକୁ ଭାଇରସଠୁ ସୁରକ୍ଷିତ ରଖୁଛି ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସେପଟେ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ ।  ଏଥିସହ ସେ କହିଛନ୍ତି, ସମସ୍ତ ପ୍ରକାର ଭାଇରସର ମ୍ୟୁଟେସନ ଏକ ନିୟମିତ ପ୍ରକ୍ରିୟା। ଡେଲ୍ଟା ଭାଇରସ ୨ ମାସରେ ନିଜ ପ୍ରକୋପ ଦେଖାଇଲା । ସେହି ଅନୁସାରେ ଡେଲ୍ଟା ପ୍ଲସ ବଢ଼ିନି। କଣ ହେବ ନ ଜାଣି ଡେଲ୍ଟା ପ୍ଲସ ବଢ଼ିବ ଭାବି ଅଯଥାରେ ଭୟଭୀତ ହେବାନି। ଭାକ୍ସିନ ନେଲେ ଶତ ପ୍ରତିଶତ ସୁରକ୍ଷା ନୁହେଁ କିନ୍ତୁ ଗୁରୁତର ହେବା ଆଶଙ୍କା କମିଯିବ। ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା କମିଛି ବୋଲି କହିଛନ୍ତି ସିବିକେ ମହାନ୍ତି।

ଏଥିସହ ସେ କହିଛନ୍ତି, ୪.୬ କୋଟି ଲୋକଙ୍କୁ ଘରେ ବନ୍ଦ କରାଯାଇ ପାରିବନି। ସ୍ଥିତି ଅନୁଯାୟୀ, କ’ଣ ପଦକ୍ଷେପ ନିଆଯିବ ସରକାର ପରାମର୍ଶ ଦେବେ।  ୩ୟ ଲହର ଆକଳନ ସ୍ତରରେ ରହିଛି, ନିଶ୍ଚିତ ଭାବେ କେହି କିଛି କହି ନାହାନ୍ତି। ଟିକା ନେଲେ ବୟସ୍କ ସୁରକ୍ଷିତ ରହିବେ। ତେଣୁ ପରୋକ୍ଷରେ ପିଲାମାନେ ମଧ୍ୟ ସୁରକ୍ଷିତ ହେବେ।

Third Wave Of Corona