Advertisment

ମଦ ଦୋକାନ ଖୋଲି ଲୋକଙ୍କୁ ବିପଦ ମୁହଁକୁ ଠେଲନ୍ତୁ ନାହିଁ: ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ମଦ ଦୋକାନ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କରୋନା ପାଇଁ ଲକଡାଉନ୍ ଚାଲିଥିବାବେଳେ ମଦ ଦୋକାନ ଖୋଲି ଲୋକଙ୍କୁ ସରକାର ଆଉ ବିପଦ ମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଯାହା […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ,ଏଯାଏ ଦେଲେଣି ୬

niranjan-2-750x430

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ମଦ ଦୋକାନ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କରୋନା ପାଇଁ ଲକଡାଉନ୍ ଚାଲିଥିବାବେଳେ ମଦ ଦୋକାନ ଖୋଲି ଲୋକଙ୍କୁ ସରକାର ଆଉ ବିପଦ ମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି କହିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଯାହା ନିଷ୍ପତ୍ତି ନେଇଛନ୍ତି ଲୋକେ ତାକୁ ନିଷ୍ଠାର ସହ ପାଳନ କରୁଛନ୍ତି। ସରକାରୀ କର୍ମଚାରୀମାନେ ମଧ୍ୟ ଯତପରନାସ୍ତି ନିଜ କାର୍ଯ୍ୟ କରୁଛନ୍ତି। କିନ୍ତୁ ଦୁଃଖ ଓ ଆଶ୍ଚର୍ଯ୍ୟର କଥା ଯେ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଶାଦ୍ରବ୍ୟ ସେବନ କଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ କ୍ଷତି ହୁଏ। ତେଣୁ କରୋନା ସଂକ୍ରମଣ ସମୟରେ ମଦ ଦୋକାନ ଖୋଲି ସରକାର ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ନା ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି ତାହା ଜଣାପଡ଼ୁନି।
ଓଡ଼ିଶାରେ ରାଜସ୍ୱ ବୃଦ୍ଧି କରିବା ନା କିଛି ଲୋକଙ୍କ ଚାପରେ ନା ଓଡ଼ିଶାର ଜନସାଧାରଣଙ୍କ ଜୋରଦାର ଦାବି ଯୋଗୁ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ ତାହା ସରକାର ସ୍ପଷ୍ଟ କରିବା ଉଚିତ୍। ସରକାର ଏଭଳି କ୍ଷତିକାରକ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଓ ତୁରନ୍ତ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଏବେ ସମୟ ଠିକ୍ ନୁହେଁ। ମଦ ଦୋକାନ ଖୋଲିବା ପାଇଁ ଠିକ୍ ସମୟର ବିଚାର କରନ୍ତୁ ଓ ଲୋକଙ୍କୁ ଆଉ ବିପଦ ମୁହଁକୁ ଠେଲି ନଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଲକଡାଉନ୍ ମେ’ ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିଲେ ମଧ୍ୟ କେତେକ ଅଂଚଳରେ ସର୍ତ୍ତମୂଳକ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।

Advertisment