Advertisment

ମହକୁଛି ରାଜଧାନୀ ପ୍ରଦର୍ଶନୀ ପଡ଼ିଆ

ଏଠାରେ ନେଦରଲ୍ୟାଣ୍ଡର ଟମାଟୋ ଆଣ୍ଡ ଟାରାଗନ ପ୍ରନ୍ ହେଉ ଅବା କୋରିଆର କ୍ୟାଡି ଚିକେନ, ସ୍ପେନର ପାଏଲା ହେଉ, ଅବା କିମଚି; ଗୋଟିଏ ସ୍ଥାନରେ ଜାତୀୟ ଓ ଅନ୍ତର୍ଜାତୀୟ ଖାଦ୍ୟର ପସରା ମେଲିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
food stall

food stall

ସୁସ୍ୱାଦୁ ଖାଦ୍ୟର ବାସ୍ନାରେ ମହକୁଛି ରାଜଧାନୀ ଭୁବନେଶ୍ୱର। ହକି ବିଶ୍ୱକପ୍ ଅବସରରେ ୟୁନିଟ୍ ୩ ନିକଟ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଫୁଡ୍ ଫେଷ୍ଟିଭାଲ। ଏଥିରେ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିଥିବା ବେଳେ ଦେଶୀ ବିଦେଶୀ ଖାଦ୍ୟର ମଜା ନେଉଛନ୍ତି ରାଜଧାନୀବାସୀ।

Advertisment

ନେଦରଲ୍ୟାଣ୍ଡର ଟମାଟୋ ଆଣ୍ଡ ଟାରାଗନ ପ୍ରନ୍ ହେଉ ଅବା କୋରିଆର କ୍ୟାଡି ଚିକେନ, ସ୍ପେନର ପାଏଲା ହେଉ, ଅବା କିମଚି; ଗୋଟିଏ ସ୍ଥାନରେ ଜାତୀୟ ଓ ଅନ୍ତର୍ଜାତୀୟ ଖାଦ୍ୟର ପସରା ମେଲିଛି। ଏଥିପାଇଁ ଅପରାହ୍ନରୁ ରାତି ଯାଏଁ ଜମୁଛି ପ୍ରବଳ ଭିଡ଼। ଜାନୁଆରୀ ୧୫ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ବୁଲାବୁଲି ସହ ଖାଇବାର ମଜା ନେଉଛନ୍ତି ଖାଦ୍ୟପ୍ରେମୀ। ଭେଜ୍ ନନ୍‌ଭେଜ୍ ସହ ନୁଡୁଲ୍ସ ଆଇଟମ୍ ବି ରହିଛି ଏଠାରେ। ଷ୍ଟଲ୍‌ଗୁଡ଼ିକରେ ଦେଶ ବିଦେଶର ପ୍ରାୟ ୮୦ରୁ ୯୦ ପ୍ରକାରର ଖାଦ୍ୟ ଉପଲବ୍ଧ ହେଉଛି।

ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟର ଅନୁଭୂତି ଦେବା ଲାଗି ହକି ବିଶ୍ୱକପ୍‌ରେ ୧୬ଟି ଅଂଶଗ୍ରହଣକାରୀ ଦେଶ ସେମାନଙ୍କର ଖାଦ୍ୟ ପସରା ଫୁଡ୍ ଫେଷ୍ଟିଭାଲ୍‌ରେ ମେଲାଇଛନ୍ତି।

Advertisment

ଖାଲି ସେତିକି ନୁହେଁ, ଏଥିରେ ୪ଟି ସରକାରୀ ଷ୍ଟଲ୍ ମଧ୍ୟ ଲାଗିଛି। ମିଲେଟ୍ ମିଶନ ଓ କୋରାପୁଟ୍ କାଫେ ଆଦିରେ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ଉପଲବ୍ଧ ହେଉଛି। ଡଟ୍ ଫେଷ୍ଟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଛି କଟକଣା। ଖାଦ୍ୟ ପରିବେଷଣ ପାଇଁ କେବଳ ବାୟୋଡିଗ୍ରେଡେବୁଲ ସାମଗ୍ରୀର ବ୍ୟବହାର କରାଯାଉଛି। ଏଲଇଡି ସ୍କ୍ରିନରେ ହକି ମ୍ୟାଚ୍ ଦେଖିବା ସହ ଖାଇବା ପିଇବାର ଭରପୁର ମଜା ନେଉଛନ୍ତି ରାଜଧାନୀବାସୀ।

Healthy Food