Advertisment

ଓମିକ୍ରନ୍ ଭୟ: ବିଦେଶାଗତଙ୍କ ୨ଥର କୋଭିଡ୍ ଟେଷ୍ଟ ଓ ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଆଶଙ୍କା ଏବେ ରାଜ୍ୟରେ ଦେଖାଦେଇଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୧୫ତାରିଖ ସୁଦ୍ଧା ଶତପ୍ରତିଶତ କୋଭିଡ୍ ଟିକାକରଣ ପାଇଁ ରଣନୀତି ପ୍ରସ୍ତୁତ ସହ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ୨ଥର ଆରଟିପିସିଆର ଟେଷ୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କର ଆରଟିପିସିଆର ଟେଷ୍ଟ, ୭ଦିନ କ୍ୱାରେଣ୍ଟାଇନ୍ ଓ ଅଷ୍ଟମ ଦିନ ପୁଣିଥରେ ଆରଟିପିସିଆର ଟେଷ୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଓମିକ୍ରନ ସଂକ୍ରମଣ ହାର […]

ଓମିକ୍ରନ୍ ଭୟ: ବିଦେଶାଗତଙ୍କ ୨ଥର କୋଭିଡ୍ ଟେଷ୍ଟ ଓ ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ନିର୍ଦ୍ଦେଶ

covid19

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଆଶଙ୍କା ଏବେ ରାଜ୍ୟରେ ଦେଖାଦେଇଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୧୫ତାରିଖ ସୁଦ୍ଧା ଶତପ୍ରତିଶତ କୋଭିଡ୍ ଟିକାକରଣ ପାଇଁ ରଣନୀତି ପ୍ରସ୍ତୁତ ସହ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ୨ଥର ଆରଟିପିସିଆର ଟେଷ୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କର ଆରଟିପିସିଆର ଟେଷ୍ଟ, ୭ଦିନ କ୍ୱାରେଣ୍ଟାଇନ୍ ଓ ଅଷ୍ଟମ ଦିନ ପୁଣିଥରେ ଆରଟିପିସିଆର ଟେଷ୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

Advertisment

ରାଜ୍ୟରେ ଓମିକ୍ରନ ସଂକ୍ରମଣ ହାର ବଢ଼ିବାର ଆଶଙ୍କା କରି ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୮ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଶୀଘ୍ର କୋଭିଡ୍ ଟିକା ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏବେସୁଦ୍ଧା ୯୯.୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କର୍ମୀମାନେ ଟିକା ନେଇସାରିଛନ୍ତି। ସେହିପରି ୧୮ରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୮.୨ ପ୍ରତିଶତ ପ୍ରଥମ ଡୋଜ୍ ଓ ୮୬ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ବାକି ରହିଥିବା ଲୋକଙ୍କୁ ଟୀକା ଦେବା ପାଇଁ ଘରକୁ ଘର ଚିହ୍ନଟ ସର୍ଭେ ଓ ଗାଁକୁ ଗାଁ ବୁଲି ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମ ପରୀକ୍ଷାରେ ନେଗେଟିଭ୍ ଫଳାଫଳ ଆସିଲେ ମଧ୍ୟ ୭ଦିନ ତାଙ୍କୁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯିବ । ଅଷ୍ଟମ ଦିନରେ ପୁଣିଥରେ ପରୀକ୍ଷା କରାଯିବ । ରାଜ୍ୟରେ ଦୈନିକ କୋଭିଡ୍ ନମୂନା ପରୀକ୍ଷାକୁ ୭୦ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହି ଅନୁସାରେ ବିଭିନ୍ନ ଜିଲ୍ଲା ପାଇଁ ଦୈନିକ ନମୂନା ପରୀକ୍ଷା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ।

Advertisment

ଜାନୁୟାରୀ ୧୫ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷ୍ୟଭେଦୀ ଗ୍ରାମୱାରି କାର୍ଯ୍ୟକ୍ରମ କରିବାକୁ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀ, ଟିକାକରଣ ଟିମ , ବ୍ଲକ ଓ ପଂଚାୟତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓମିକ୍ରନ ସ୍ଥିତି ଦୃଷ୍ଟିରୁ ସମସ୍ତ ସରକାରୀ ହସ୍ପିଟାଲରେ ଯଥେଷ୍ଟ ଔଷଧ, ଅକ୍ସିଜେନ୍ ସିଲିଣ୍ଡର, ବେଡ୍ , ଆଇସିୟୁ, ଭେଣ୍ଟିଲେଟର ଓ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଘରୋଇ ହସ୍ପିଟାଲମାନଙ୍କ ସହ ଯୋଗାଯୋଗ କରି ଯେକୌଣସି ସମୟରେ ସେମାନଙ୍କର ସହଯୋଗ ନିଆଯିବ ଓ ସେଥିପାଇଁ ସେମାନେ ପ୍ରସ୍ତୁତ ରହିବା ଦରକାର ବୋଲି ଆଗୁଆ ଜଣାଇ ଦେବାକୁ କହିଛନ୍ତି । ହସ୍ପିଟାଲଗୁଡ଼ିକରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଉଛି। ପଂଚାୟତ, ୱାର୍ଡମେମ୍ବର,ଅଙ୍ଗନବାଡ଼ି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଆଗୁଆ ଗ୍ରାମବାସୀଙ୍କୁ ଜଣାଇ ଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe