ଗାଁ ଲୋକଙ୍କ ଡରରେ ୨୪ ଘଣ୍ଟା ପରେ ବି ବାପାମା’ଙ୍କ କୋକେଇ ବାନ୍ଧିପାରୁନି ପୁଅ

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ଗୁଣି ସନ୍ଦେହରେ ଗତକାଲି କଙ୍ଗାରୁ କୋର୍ଟରେ ବାପା-ମାଆଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଦେଲେ! ଦିନେ ବିତି ଯାଇଥିଲେ ବି ଗାଁ ଲୋକଙ୍କ ଡରରେ ଶବ ସତ୍କାର କରିପାରୁନି ପୁଅ ରମେଶ ବରିହା। ଏପରିକି ସେ ଗାଁକୁ ଫେରିପାରୁନି। ସେଥିପାଇଁ ବଲାଙ୍ଗିର ଏସ୍‌ପିଙ୍କ ଅଫିସ୍‌ରେ ଡେରା ପକାଇଛି। ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଅ ଜନ୍ମକଲା ବାପାମା’ଙ୍କ ଶବ ସତ୍କାର କରିପାରୁ ନାହିଁ। ପୁଲିସ ଡରରେ ଗାଁ ମଧ୍ୟ […]

black-magic

Manoranjan Sial
  • Published: Tuesday, 17 September 2019
  • , Updated: 17 September 2019, 09:54 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ଗୁଣି ସନ୍ଦେହରେ ଗତକାଲି କଙ୍ଗାରୁ କୋର୍ଟରେ ବାପା-ମାଆଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଦେଲେ! ଦିନେ ବିତି ଯାଇଥିଲେ ବି ଗାଁ ଲୋକଙ୍କ ଡରରେ ଶବ ସତ୍କାର କରିପାରୁନି ପୁଅ ରମେଶ ବରିହା। ଏପରିକି ସେ ଗାଁକୁ ଫେରିପାରୁନି। ସେଥିପାଇଁ ବଲାଙ୍ଗିର ଏସ୍‌ପିଙ୍କ ଅଫିସ୍‌ରେ ଡେରା ପକାଇଛି। ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଅ ଜନ୍ମକଲା ବାପାମା’ଙ୍କ ଶବ ସତ୍କାର କରିପାରୁ ନାହିଁ। ପୁଲିସ ଡରରେ ଗାଁ ମଧ୍ୟ ପୁରୁଷଶୂନ୍ୟ ହୋଇଯାଇଛି।

ଗତକାଲି ସକାଳ ୮ ଟା ୪୫ ମିନିଟ୍‌ରେ ରମେଶ ତାଙ୍କ ବାପା ଚିନ୍ତାମଣିଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ଆଉ ସେତିକିବେଳେ ଚିନ୍ତାମଣି ତାଙ୍କ ପୁଅ ରମେଶକୁ କହିଥିଲେ, ଗୁଣିଗାରେଡ଼ିକୁ ନେଇ ଗାଁରେ ସଭା ଅଛି। ତେଣୁ ମୁଁ ସଭାକୁ ଯାଉଛି। ତା’ପରେ ଚିନ୍ତାମଣି ଫୋନ୍‌ କାଟି ସଭାକୁ ଯାଇଥିଲେ।

ତେବେ ପୂର୍ବହ୍ନ ୧୧ଟା ବେଳେ ରମେଶ ଆଉ ଥରେ ବାପାଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର ଫୋନ୍‌ ବନ୍ଦ ରହିଥିଲା। ଯେତେ ଫୋନ୍‌ କରିଥିଲେ ମଧ୍ୟ ଲାଗି ନଥିଲା। ପରେ ରମେଶ ସାହି ପଡ଼ୋଶୀଙ୍କ ମୋବାଇଲକୁ ଫୋନ୍‌ କରିଥିଲେ। ମାତ୍ର କେହି ଫୋନ ଧରିନଥିଲେ। ତା’ପରେ ପଡ଼ୋଶୀ ଗାଁ ଲୋକଙ୍କଠୁ ଜାଣିବାକୁ ପାଇଲେ ନିକଟସ୍ଥ ଜଙ୍ଗଲରୁ ଦୁଇଜଣଙ୍କର ଶବ ପଡ଼ିଛି। ଏକଥା ଶୁଣିବା ପରେ ରମେଶଙ୍କ ହାଲତ ଶୁଖି ଯାଇଥିଲା। ନାନା ଦୁଶ୍ଚିନ୍ତା ମନ ଭିତରେ ଘାରି ହେଉଥିଲା। ମାତ୍ର ଘରଠାରୁ ଦୂରରେ ଥିବାରୁ କିଛି ଜାଣିପାରୁନଥିଲେ। ସବୁ ଜାଣିବା ପରେ ସେ ବାପାମା’ଙ୍କ ଶବ ସତ୍କାର କରିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛି।

ପୂରା ଘଟଣାଟି ଏମିତି। ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଚିଟକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ ବର୍ଷର ଶିଶୁପୁତ୍ରକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌କୁ ନେଉଥିଲେ। ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଅର ମୃତଦେହକୁ ପରିବାର ଲୋକେ ମେଡିକାଲ୍‌ରୁ ଆଣି ନିଜ ଜମିରେ ପୋତି ଦେଇଥିଲେ।

ହେଲେ ଗତ ୧୨ ତାରିଖରେ ଶବ ପୋତାଯାଇଥିବା ଜାଗାରେ କେହି ଜଣେ ଫୁଲ, ସିନ୍ଦୂର ରଖି ଓ ଦୀପ ଜାଳି ପୂଜା ପାଠ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ଗାଁରେ ବୈଠକ ବସିଥିଲା। ନିଜ ସମ୍ପର୍କୀୟ ଚିନ୍ତାମଣି ଓ ରୁକ୍ମଣୀ ବରିହା ଗୁଣି-ଗାରେଡ଼ି କରୁଥିବା ନାରାୟଣ କହିଥିଲେ। ପରେ ଏ ନେଇ ଲରମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଚିନ୍ତାମଣିଙ୍କ ସ୍ତ୍ରୀ ରୁକ୍ମଣୀ। ଏପରିକି ତାକୁ ଡାହାଣୀ କହି ଗାଁ ଲୋକେ ନିର୍ଯାତନା ଦେଉଥିବା ରୁକ୍ମଣୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ  ଚାପା ଉତ୍ତେଜନା ଲାଗି ରହିଥିଲେ।

ପୁଲିସ ମାମଲା ସମାଧାନ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲା। ଯାହାଫଳରେ ଗତକାଲି ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଦିନ ଦ୍ୱି’ପହରରେ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କରି ଏକ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସନ୍ଧାନୀ କୁକୁର ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ। ତେବେ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story