Advertisment

ଯୌତୁକରେ ବାଇକ ମାଗିବାରୁ ବାପଘରକୁ ପଳାଇଲେ କନ୍ୟା

ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।

author-image
Manoj Swain

ଆଧୁନିକ ସମାଜରେ ଯୌତୁକ ମାଗିବା ଆଇନତଃ ଅପରାଧ। ତଥାପି ବିବାହ ସମୟରେ କନିଆଁ ଘର ଲୋକଙ୍କୁ ବର ଘର ଲୋକେ ଯୌତୁକ ମାଗୁଥିବା ଶୁଣିଥିବେ। ଏହି ଯୌତୁକ ପାଇଁ ବର କିମ୍ବା ବର ଘର ଲୋକ ବାହାଘର ଭାଙ୍ଗି ଦେବା ଓ କନିଆଁକୁ ହତ୍ୟା କରିବାର ଖବର ନଜର ରହିଛି। ହେଲେ ଏହି ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ। ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। 

Advertisment
Odisha