ଆଧୁନିକ ସମାଜରେ ଯୌତୁକ ମାଗିବା ଆଇନତଃ ଅପରାଧ। ତଥାପି ବିବାହ ସମୟରେ କନିଆଁ ଘର ଲୋକଙ୍କୁ ବର ଘର ଲୋକେ ଯୌତୁକ ମାଗୁଥିବା ଶୁଣିଥିବେ। ଏହି ଯୌତୁକ ପାଇଁ ବର କିମ୍ବା ବର ଘର ଲୋକ ବାହାଘର ଭାଙ୍ଗି ଦେବା ଓ କନିଆଁକୁ ହତ୍ୟା କରିବାର ଖବର ନଜର ରହିଛି। ହେଲେ ଏହି ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ। ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।