ଦାମବାବୁଙ୍କ ସାଙ୍ଘାତିକ ଅଭିଯୋଗ: ଧର୍ମଶାଳା ବିଧାୟକଙ୍କ ଛତ୍ରଛାୟାରେ ଚାଲିଛି ପାହାଡ଼ ଲୁଟ୍

ଡାକ୍ତର ରାଉତ ନିଜସ୍ୱ ସମ୍ପାଦନାରେ ପ୍ରକାଶିତ ଏକ ଦୈନିକ ସମ୍ବାଦପତ୍ରର ଅଗଷ୍ଟ ୩୧ତାରିଖ ସଂସ୍କରଣରେ ଏକ ସ୍ତମ୍ଭ ଲେଖିଛନ୍ତି ଯେଉଁଥିରେ ସେ ଡଙ୍କାରୀ ପାହାଡ଼ ତଳେ ଦେଶର ସର୍ବବୃହତ୍ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନପାରିବାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡ ଏବେ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପୂର୍ବରୁ ‘ବିଜେଡିରେ ସମ୍ବିଧାନ ବୋଲି କିଛି ନାହିଁ’ […]

Dama-4

Dama-4

Sampad Mahapatra
  • Published: Saturday, 01 September 2018
  • Updated: 01 September 2018, 03:46 PM IST

Sports

Latest News

ଡାକ୍ତର ରାଉତ ନିଜସ୍ୱ ସମ୍ପାଦନାରେ ପ୍ରକାଶିତ ଏକ ଦୈନିକ ସମ୍ବାଦପତ୍ରର ଅଗଷ୍ଟ ୩୧ତାରିଖ ସଂସ୍କରଣରେ ଏକ ସ୍ତମ୍ଭ ଲେଖିଛନ୍ତି ଯେଉଁଥିରେ ସେ ଡଙ୍କାରୀ ପାହାଡ଼ ତଳେ ଦେଶର ସର୍ବବୃହତ୍ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନପାରିବାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡ ଏବେ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ପୂର୍ବରୁ ‘ବିଜେଡିରେ ସମ୍ବିଧାନ ବୋଲି କିଛି ନାହିଁ’ ଭଳି ବିବାଦୀୟ ବୟାନ ଦେଇଥିବା ଡାକ୍ତର ରାଉତ ନିଜର ଏକ ଲେଖା ମାଧ୍ୟମରେ ଏବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରୁ ଦୈନିକ ୨ କୋଟି ଟଙ୍କାରୁ ଅଧିକ କଳାପଥର ଲୁଟ୍ କରୁଥିବା ମାଫିଆମାନେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ରହିଛନ୍ତି। କେବଳ ବିଧାୟକଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ଡଙ୍କାରୀ ପାହାଡ଼ ତଳେ ପ୍ରସ୍ତାବିତ ଦେଶର ସର୍ବବୃହତ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି।

ସେ ଲେଖିଛନ୍ତି ଯେ ୨୦୧୪ ସେପ୍ଟେମ୍ବର ୧୨ରେ ଡଙ୍କାରୀ ପାହାଡ଼ ତଳେ ଦେଶର ସର୍ବବୃହତ ତୈଳ ଭଣ୍ଡାର ନିର୍ମାଣ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ୨୦୧୭ ମସିହାରେ ୩.୭୫ ନିୟୁତ ମେଟ୍ରିକ ଟନ୍ ବିଶିଷ୍ଟ ଏହି ତୈଳ ଭଣ୍ଡାର ପାଇଁ ୩୮୦୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିଲେ।

ତା’ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ୭୭୩.୬୦ଏକରରେ ବ୍ୟାପ୍ତ ଡଙ୍କାରୀ ପାହାଡ଼ କିସମ ଜମିରୁ ୪୦୦ଏକର ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ।ଏପରିକି ସେଠାରେ ଚାଲିଥିବା ବେଆଇନ ଖନନ ଓ ୱାଗନ ବ୍ଲାଷ୍ଟିଂକୁ ମଧ୍ୟ ବନ୍ଦ ନିମନ୍ତେ ଅନୁରୋଧ କରିଥିଲେ।

[caption id="attachment_270467" align="aligncenter" width="1110"] ଅଗଷ୍ଟ ୩୧ ତାରିଖରେ ‘ସଂଚାର’ରେ ପ୍ରକାଶିତ ଦାମଙ୍କ ନିୟମିତ ସ୍ତମ୍ଭ[/caption]

କିନ୍ତୁ ୪ବର୍ଷ ମଧ୍ୟରେ ଏହି ତୈଳ ଭଣ୍ଡାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅନ୍ୟପକ୍ଷେ ଏକସଙ୍ଗେ ଘୋଷଣା ହୋଇଥିବା କର୍ଣ୍ଣାଟକର ପାଡୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି ବୋଲି ଡା. ରାଉତ କହିଛନ୍ତି।

‘ରାଜ୍ୟର ସ୍ୱାର୍ଥ ଓ କେନ୍ଦ୍ରର ପ୍ରକଳ୍ପ ଚୁଲିକି ଯାଉ, କିନ୍ତୁ ଡଙ୍କାରୀ ପାହାଡ ଲୁଟ୍ ହେଉ’ ଶୀର୍ଷକ ଏହି ଲେଖାରେ ଡାକ୍ତର ରାଉତ ଲେଖିଛନ୍ତି ଯେ, ଡଙ୍କାରୀ ପାହାଡ଼ରେ ଏହି କଳାପଥର ଲୁଟ୍ ଚାଲିଥିବାବେଳେ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ପାହାଡ଼କୁ ବିକଳାଙ୍ଗ କରିଦିଆଯାଉଛି।

ଡଙ୍କାରୀ ପାହାଡ଼ରେ ୱାଗନ ବ୍ଲାଷ୍ଟିଂ ଯୋଗୁ ୪ବର୍ଷରେ ୩୦ଜଣ ପ୍ରାଣ ହରାଇବାକୁ ନେଇ ହୋ-ହାଲ୍ଲା ହେବା ପରେ ବିନା ପରିବେଶ ମଞ୍ଜୁରୀ ଏସବୁ ଖନନ ଚାଲିଥିବାରୁ ୨୦୧୫ ମସିହାରେ ଏଠାରେ ଖନନ କାର୍ଯ୍ୟ ବନ୍ଦ କରିବାକୁ ତତ୍କାଳୀନ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ସତ, କିନ୍ତୁ ଏହାକୁ ପାଳନ କରାଗଲାନି।

ପରେ ୨୦୧୮ ମାର୍ଚ୍ଚ ୧୮ତାରିଖରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଡଙ୍କାରୀ ପାହାଡ଼ରୁ ଖନନ ବନ୍ଦ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ। ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେବାପରେ ଧର୍ମଶାଳାର ତହସିଲଦାର ପ୍ରଭାସ କୁମାରୀ ଦେହୁରୀ ଏହି ପାହାଡ଼ରୁ ଖନନ ସମ୍ପୂର୍ଣ୍ଣ ବନ୍ଦ ପାଇଁ ତା'ର ମାସକ ପରେ, ଏପ୍ରିଲ ୧୨ତାରିଖରେ ପୁଲିସ୍ ଏସଡିପିଓଙ୍କୁ ଚିଠି ଲେଖିଲେ।

କିନ୍ତୁ ପରେ କ’ଣ ହେଲା କେଜାଣି ଜିଲ୍ଲାପାଳଙ୍କ ମାଧ୍ୟମରେ ସିଏ ସରକାରଙ୍କୁ ଚିଠି ଲେଖି ଜଣାଇଲେ ଯେ ଖନନ ବନ୍ଦ ହେବା ଦ୍ୱାରା ରାଜ୍ୟ ସରକାରଙ୍କର ୧୪୧୩.୮୬ କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ। ଆଉ ସରକାର ଏହାପରଠୁ ଚୁପ୍ ବସିଛନ୍ତି।

ଡଙ୍କାରୀ ଲୁଟିବା ପାଇଁ ସମସ୍ତେ ବଜ୍ର ଶପଥ ନେଇଥିବାବେଳେ ତହସିଲଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ମୋଟା ଅଙ୍କର ବଟି ନେଇ ନିରବଦ୍ରଷ୍ଟା ସାଜିଛନ୍ତି। ପୁଲିସ୍ ବି ଏହି ଲୁଟକୁ ପୂର୍ଣ୍ଣ ସମର୍ଥନ ଦେଉଛି। ଏହି ପାହାଡ ଲୁଟକୁ ବନ୍ଦ କରି ସେଠାରେ ତୈଳ ଭଣ୍ଡାର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଏପର୍ଯ୍ୟନ୍ତ ସମ୍ଭବପର ହୋଇନି।

କେବଳ ସେତିକି ନୁହେଁ ଡଙ୍କାରୀ ପାହାଡ଼ରୁ ୫୯କୋଟି ଟଙ୍କାର କଳାପଥର ଲୁଟର ତଦନ୍ତ ପାଇଁ ୨୦୧୬ ମସିହାରେ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେବା ପରେ ସେତେବେଳେ ଧର୍ମଶାଳା ତହସିଲର ୧୦ଜଣ ପୂର୍ବତନ ତହସିଲଦାର ଓ ୧୦ଜଣ ଆରଆଇଙ୍କ ସମେତ ଯାଜପୁରର ୬ଜଣ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ତାକୁ ବି ଚପାଇ ଦିଆଗଲା।

ଓଲଟା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ମିଲିଭଗତ ଓ ରାଜନୀତିକ ଚକ୍ରାନ୍ତରେ ଏକ ପ୍ରକଳ୍ପ ବିରୋଧୀ ମଞ୍ଚ ଗଠନ କରାଯାଇ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବାରୁ ଡାକ୍ତର ରାଉତ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବରିଷ୍ଠ ନେତା ଡାକ୍ତର ରାଉତଙ୍କ ଖୋଲାଖୋଲି ଭାବେ ନିଜ ଦଳର ଯୁବ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ପଥର ମାଫିଆଙ୍କ ସହ ସମ୍ପୃକ୍ତି ଉଜାଗର କରିଥିଲେ ମଧ୍ୟ ସରକାର ନିରବତା ଅବଲମ୍ବନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story