ଦାମ ଗଢ଼ିଲେ ‘ବିଜୁ ସମତା କ୍ରାନ୍ତି ଦଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ଏକ ନୂଆ ଆଞ୍ଚଳିକ ଦଳ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ଦାମଙ୍କ ନୂଆ ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ’ ରହିବ। ପୂର୍ବରୁ ଥିବା ସମତା କ୍ରାନ୍ତି ଦଳ ଏହି ନୂଆ ଦଳରେ ବିଲୟ ହୋଇଛି। ଖୁବଶୀଘ୍ର ଆଉ ଦୁଇଟି ଦଳ ଯଥା ଓଡ଼ିଶା ପ୍ରଗତି ଦଳ ଓ ପବ୍ଲିକ ପଲିଟିକାଲ ପାର୍ଟିର ଓଡ଼ିଶା ଶାଖା ମଧ୍ୟ ଏହି ନୂଆ ଦଳରେ […]

dama-rout-FINAL-11

dama-rout-FINAL-11

Sampad Mahapatra
  • Published: Friday, 23 November 2018
  • Updated: 23 November 2018, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ଏକ ନୂଆ ଆଞ୍ଚଳିକ ଦଳ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ଦାମଙ୍କ ନୂଆ ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ’ ରହିବ। ପୂର୍ବରୁ ଥିବା ସମତା କ୍ରାନ୍ତି ଦଳ ଏହି ନୂଆ ଦଳରେ ବିଲୟ ହୋଇଛି। ଖୁବଶୀଘ୍ର ଆଉ ଦୁଇଟି ଦଳ ଯଥା ଓଡ଼ିଶା ପ୍ରଗତି ଦଳ ଓ ପବ୍ଲିକ ପଲିଟିକାଲ ପାର୍ଟିର ଓଡ଼ିଶା ଶାଖା ମଧ୍ୟ ଏହି ନୂଆ ଦଳରେ ବିଲୀନ ହେବେ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି।

ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ କହିଛନ୍ତି ଯେ ସମତା କ୍ରାନ୍ତି ଦଳ ପୂର୍ବରୁ ରହିଛି ଓ ଏହାର ନିର୍ବାଚନୀ ଇସ୍ତାହାରକୁ ତାଙ୍କ ନେତୃତ୍ୱରେ ଗଠନ ହୋଇଥିବା ନୂଆ ଦଳ ‘ବିଜୁ ସମତା କ୍ରାନ୍ତି ଦଳ’ ମଧ୍ୟ ସ୍ୱୀକାର କରିବ। ଦୁର୍ନୀତି ବିରୋଧରେ ଲଢ଼େଇ କରିବା ସହ ରାଜ୍ୟବାସୀଙ୍କୁ ସ୍ୱଚ୍ଛ,ଦୁର୍ନୀତିମୁକ୍ତ ଓ ଶାନ୍ତିପୂର୍ଣ୍ଣ ଶାସନ ଦେବା ପାଇଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ବିରୋଧରେ ଏହି ଦଳ କାର୍ଯ୍ୟ କରିବ। ସମଭାବାପନ୍ନ ନେତାମାନଙ୍କୁ ନେଇ ଏହି ଆଞ୍ଚଳିକ ଦଳ ଗଠନ କରାଯିବ। ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଏହି ଦଳ ପାଥେୟ କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ।

ରାଜ୍ୟର ଖଣି ଲୁଟଠୁ ଆରମ୍ଭ କରି ମହିଳା ସୁରକ୍ଷା,ଚାଷୀ ଆତ୍ମହତ୍ୟା, ନାବାଳିକା ଦୁଷ୍କର୍ମ ଆଦି ପ୍ରସଙ୍ଗ ଉଠାଇବା ସହ ଦୁର୍ନୀତି ବିରୋଧରେ ନୂଆ ଦଳ ସଂଗ୍ରାମ ଜାରି ରଖିବ। ତାଙ୍କ ଦ୍ୱାରା ଗଠିତ ନୂଆ ଦଳରେ ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର ଓ ତାଙ୍କ ଭାଇ ଅବସରପ୍ରାପ୍ତ ଆଇଏଏସ ପ୍ରସନ୍ନ ମିଶ୍ର ମଧ୍ୟ ସାମିଲ ହେବେ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ହୋଇଛି ଓ ଦଳରେ ସାମିଲ ହେବା ପାଇଁ ସେ ଅଧିକ କିଛି ସମୟ ଲୋଡ଼ିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।

ସେହିପରି ସମତା କ୍ରାନ୍ତି ଦଳର ସଭାପତି ବ୍ରଜ କିଶୋର ତ୍ର୍ରିପାଠୀ ଓ ସମତାକ୍ରାନ୍ତି ଦଳର ମହାସଚିବ ଯଜ୍ଞେଶ୍ଵର ବାବୁ ଏହି ଅବସରରେ କହିଥିଲେ ଯେ, ଡାକ୍ତର ରାଉତଙ୍କ ନେତୃତ୍ୱରେ ବିଜୁ ସମତାକ୍ରାନ୍ତି ଦଳ କାର୍ଯ୍ୟ କରିବ। ସମତାକ୍ରାନ୍ତି ଦଳର ବୈଠକ ବସି ଡାକ୍ତର ରାଉତଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ପାଇଁ ସହମତି ହୋଇଛି। ଡାକ୍ତର ରାଉତ ଏବେ ଏହି ନୂଆ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ରହିବେ। ନିର୍ବାଚନ କମିଶନଙ୍କ ନିକଟରେ ନୂଆ ଦଳ ଗଠନକୁ ନେଇ ଆବେଦନ ହୋଇଛି। ସେଠାରୁ ପଞ୍ଜିକରଣ ଅନୁମତି ମିଳିବା ପରେ ଦଳ ତା’ର ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରିବ। ଦଳ ଏବେ ରାଜ୍ୟର ସମସ୍ତ ଭାଗରେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି। ନବୀନ ପଟ୍ଟନାୟକ ସରକାରର ବିଭିନ୍ନ ଦୁର୍ନୀତିକୁ ଏହି ଦୁଇ ନେତା ଭର୍ତ୍ସନା କରିବା ସହ ଆଗାମୀ ଦିନରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁତ ନେତା ନୂଆ ଦଳରେ ସାମିଲ ହେବେ ବୋଲି କହିଥିଲେ।

ଏହି ଦଳ ଆଗାମୀ ନିର୍ବାଚନରେ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଦେବ। ଡିସେମ୍ବର ଶେଷ ସୁଦ୍ଧା ଦଳ ଏକ ବ୍ୟାପକ ରୂପ ନେବ। ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ନାତି ଭିଭି ଅମରନାଥ ଗିରି ମଧ୍ୟ ଏହି ନୂଆ ଦଳରେ ସାମିଲ ହେବାକୁ ସମ୍ମତି ଦେଇ ନିଜର ଜଣେ ପ୍ରତିନିଧିଙ୍କୁ ପଠାଇଥିବା ଯଜ୍ଞେଶ୍ଵର କହିଛନ୍ତି।

ବହୁ ପୁରୁଖା ନେତା ଆସିବେ

ନୂଆ ଦଳ ଘୋଷଣା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦାମ କହିଛନ୍ତି “ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ରାଜନୈତିକ ଦଳରୁ ବହୁ ନେତା ଆମ ଦଳରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଚାର ବିମର୍ଶ ପରେ ସେମାନଙ୍କୁ ଦଳରେ ସାମିଲ କରାଯିବ। କିନ୍ତୁ ବର୍ତ୍ତମାନ ପକ୍ଷରେ ସେମାନଙ୍କ ନାଁ ପ୍ରକାଶ କରିବା ଠିକ୍‌ ହେବନାହିଁ। ଏହାଛଡ଼ା ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ସହିତ କାମ କରିଛନ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତ। ସେମାନେ ଦଳରେ ସାମିଲ ହେବା ନେଇ ମାନସିକ ସ୍ତରରେ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ନାଁ ଘୋଷଣା କରିବା ଠିକ୍‌ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story