dam,,,
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଜେପିରେ ସାମିଲ ହେବା ପରେ ଆଜି ଦିଲ୍ଲୀରୁ ଫେରି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ଡା.ଦାମୋଦର ରାଉତ। ସେ କହିଛନ୍ତି,“୧୯୮୯ ମସିହା ପରଠାରୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ। ଦୁଇ ପୁଅ ଥିଲେ ବି ବିଜୁ ବାବୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଘରକୁ ଯାଇନଥିଲେ? ଏ ବିଷୟରେ ଓଡ଼ିଶାବାସୀ ନବୀନଙ୍କୁ ପଚାରିବା ଉଚିତ୍।”
ବିଜେପି ପାର୍ଟି ଅଫିସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦାମ କହିଛନ୍ତି,“ ବିଜୁଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅଙ୍କୁ ରାଜନୀତିକୁ ଆସିବାକୁ କୁହାଯାଇଥିଲା। ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେନି ବୋଲି ସେ କହିଥିଲେ। ଶେଷରେ କ’ଣ ହେଲା ଯେ ନବୀନ ରାଜନୀତିକୁ ଆସିଲେ?”
ସେ ଆହୁରି କହିଛନ୍ତି,“ନବୀନ ସରକାରର ଅବସାନ ଘଟାଇବା ପାଇଁ ମୁଁ ଏହି ପ୍ରୟାସ କରିଛି। ବିଜେପି ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି, ଅପଶାସନରୁ ମୁକ୍ତି ପାଇବେ। ମୁଁ ସେଥିପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ଓଡ଼ିଶାବାସୀ ମୋ ସହିତ ସାମିଲ ହୋଇ ଏହି ଭ୍ରଷ୍ଟାଚାରୀ ସରକାରଙ୍କୁ ହଟାଇଦେବେ।”
[caption id="attachment_353152" align="aligncenter" width="750"]
ଭୁବନେଶ୍ୱର ବିମାନବନ୍ଦରରେ ଦାମୋଦର ରାଉତ[/caption]
ସେ କହିଛନ୍ତି,“ଯେଉଁ ରାଜ୍ୟରେ ମହିଳା ଅସୁରକ୍ଷିତ, ଆଦିବାସୀ ହତାଶ,ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, ସେହି ରାଜ୍ୟରେ ସରକାର କୋଟି କୋଟି ଟଙ୍କା ଋଣ କରି ଅଏସ କରୁଛନ୍ତି। ଏହା ବିରୋଧରେ ସଂଗ୍ରାମ ଆରମ୍ଭ ହୋଇଛି। ୨୦୧୯ରେ ନବୀନ ସରକାରର ଅବସାନ ଘଟିବ, ନୂଆ ସରକାର ଆସିବ।”
ଗତକାଲି ବିଜେପିରେ ସାମିଲ ହେବା ପରେ ଡା.ରାଉତ ଆଜି ଦିଲ୍ଲୀରୁ ଫେରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ସେ ପହଞ୍ଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ କରାଯାଇଥିଲା। ପରେ ତାଙ୍କୁ ଏକ ରାଲିରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/dam-1.jpg)