Advertisment

୧୨ ଘଣ୍ଟା ମଧ୍ୟରେ ପୁଣି ସ୍ପଷ୍ଟୀକରଣ ଦେଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସହ ଡିଲ୍ ଯୋଗୁ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ବାତିଲ କଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ସୋଶାଲ ମିଡିଆ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛନ୍ତି। ୧୨ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ସ୍ପଷ୍ଟୀକରଣ ଦେଇ ଦାମ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି। ଖୋଲାଖୋଲି ଭାବେ ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଉଲ୍ଲେଖ କରି ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କୌଣସି […]

author-image
Amaresh Biswal
ଅଦ୍ୟତନ ହୋଇଛି
୧୨ ଘଣ୍ଟା ମଧ୍ୟରେ ପୁଣି ସ୍ପଷ୍ଟୀକରଣ ଦେଲେ ଦାମ

1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସହ ଡିଲ୍ ଯୋଗୁ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ବାତିଲ କଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ସୋଶାଲ ମିଡିଆ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛନ୍ତି।

Advertisment

୧୨ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ସ୍ପଷ୍ଟୀକରଣ ଦେଇ ଦାମ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି। ଖୋଲାଖୋଲି ଭାବେ ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଉଲ୍ଲେଖ କରି ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କୌଣସି ଡିଲ୍ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି।

publive-image

ଅପରାହ୍ନରେ ଡାକ୍ତର ରାଉତ ଦେଇଥିବା ସଫେଇ ସ୍ପଷ୍ଟ ନଥିବାରୁ ବିଜେଡି ସହ ଡାକ୍ତର ରାଉତଙ୍କ ପରୋକ୍ଷ ଡିଲକୁ ନେଇ ଚର୍ଚ୍ଚା ଥମି ନଥିଲା। ତେବେ ଆଜି ବିଳମ୍ବିତ ରାତ୍ରିରେ ନିଜ ଫେସବୁକ୍ ପେଜରେ ସ୍ପଷ୍ଟୀକରଣ ଦେଇ ଡାକ୍ତର ରାଉତ କହିଛନ୍ତି ଯେ- “ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ କିଛି ମୁଷ୍ଟିମେୟ ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମ ରାଜନୀତିକ ଦଳମାନଙ୍କ ହାତବାରିସି ସାଜିଛନ୍ତି। ସେଇଥିରୁ କିଛି ମାଧ୍ୟମ ପ୍ରଚାର କରୁଛନ୍ତି ଯେ, ମୁଁ କାଳେ ପ୍ରଣବ ପ୍ରକାଶ ଦାସଙ୍କ ଜରିଆରେ ବିଜେଡି ସହ ଡିଲ୍ କରୁଛି। ଏହା ସମ୍ପୂର୍ଣ୍ଣ ରୂପେ କପୋଳକଳ୍ପିତ ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଦୁର୍ନୀତିଗ୍ରସ୍ତ ନବୀନ ପାଣ୍ଡିଆନ ସରକାର ବିରୁଦ୍ଧରେ ମୁଁ ସ୍ୱର ଉତ୍ତୋଳନ କରି ମନ୍ତ୍ରୀପଦ ତ୍ୟାଗ କରିଛି, ଦଳରୁ ବାହାରିଛି । ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ ମୁଁ ରୁଦ୍ଧଦ୍ୱାର ଡିଲ୍ କରିନାହିଁ କି କରିବି ନାହିଁ। ଓଡ଼ିଶାରେ ନବୀନ ପାଣ୍ଡିଆନ ସରକାର ବିରୁଦ୍ଧରେ ମୋର ବିରୋଧ ଜାରି ରହିବ। କିଛି କିଣା ସୋଶାଲ ମିଡିଆ ଜରିଆରେ ପ୍ରକାଶିତ ଖବରକୁ ମୁଁ ନିନ୍ଦା କରୁଛି।”

Advertisment

ଡାକ୍ତର ରାଉତଙ୍କ ଏହି ସ୍ପଷ୍ଟୀକରଣ ପରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଓ ବିଜେଡିକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।