sruti
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫ୍ରିକ୍ରୀୟ ରାଷ୍ଟ୍ର ରୁଆଣ୍ଡାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଶାସନ ମୁଖ୍ୟଙ୍କ ସମ୍ମିଳନୀରେ ଯୋଗଦେବେ ବିଶିଷ୍ଟ ଦିବ୍ୟାଙ୍ଗ ଅଧିକାର କର୍ମୀ ଡଃ. ଶୃତି ମହାପାତ୍ର। ଏଥିପାଇଁ ସେ ରୁଆଣ୍ଡାର ରାଜଧାନୀ କିଗଲି ଅଭିମୁଖେ ଯାତ୍ରା କରିଛନ୍ତି। କମନ୍ୱେଲ୍ଥ ଡିଜାବୁଲ୍ଡ ପିପୁଲ୍ସ ଫୋରମ୍- CDPF ପ୍ରତିନିଧି ଦଳର ସଦସ୍ୟ ଭାବେ ସେ ଏହି ସମ୍ମିଳନୀରେ ସାମିଲ ହେବେ।
ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଅବସରରେ ସେ ରାଜ୍ୟଗୋଷ୍ଠୀ ଶାସନ ମୁଖ୍ୟଙ୍କ ପ୍ରତିନିଧି ଦଳକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଡଃ. ଶୃତି ମହାପାତ୍ର ଏବେ CDPFର ଉପାଧ୍ୟକ୍ଷ ଅଛନ୍ତି। ସୂଚନାଥାଉକି, ଲଣ୍ଡନରେ ଥିବା CDPF ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରଗୁଡିକରେ ଦିବ୍ୟାଙ୍ଗଙ୍କ ଉନ୍ନତି ପାଇଁ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/sruti.jpg)