Advertisment

ଫେରିଲେନି ସୁମିତ, ପୁଣି ଛୁଟି ପାଇଁ ଆସିଲା ମେଲ୍‌

ଆସିକା(ମନୋଜ ମୁନୀ):  ଦେହ ଖରାପ ବୋଲି କହି ସ୍ୱାମୀ ଯାଇଛନ୍ତି ଯେ ଯାଇଛନ୍ତି। ୫ ଦିନ ପାଇଁ ଛୁଟି ନେଇଥିଲେ। ହେଲେ ୮ ଦିନ ହେଲା ଫେରିବା ନାଁ ଧରୁ ନାହାନ୍ତି ।  ସ୍ୱାମୀ ଡା. ସୁମିତ ସାହୁଙ୍କ ଫେରିବା ବାଟକୁ ଅନାଇ ଚିନିଶିଳ୍ପ ଅତିଥି ଭବନରେ ପଡ଼ି ରହିଛନ୍ତି ପତ୍ନୀ ତପସ୍ୱିନୀ ଦାସ । ହେଲେ ସ୍ୱାମୀ ଆସୁ ନାହାନ୍ତି, ଆସୁଛି ତାଙ୍କ ମେଲ୍‌ । ସ୍ୱାମୀ ଏବେ ଫେରିବେନି ଜାଣି ତପସ୍ୱିନୀ ଭାଙ୍ଗି ପଡ଼ିଥିଲେ […]

author-image
Niharika Rout
ଅଦ୍ୟତନ ହୋଇଛି
ଫେରିଲେନି ସୁମିତ, ପୁଣି ଛୁଟି ପାଇଁ ଆସିଲା ମେଲ୍‌

tapaswini & dr sumit

ଆସିକା(ମନୋଜ ମୁନୀ):  ଦେହ ଖରାପ ବୋଲି କହି ସ୍ୱାମୀ ଯାଇଛନ୍ତି ଯେ ଯାଇଛନ୍ତି। ୫ ଦିନ ପାଇଁ ଛୁଟି ନେଇଥିଲେ। ହେଲେ ୮ ଦିନ ହେଲା ଫେରିବା ନାଁ ଧରୁ ନାହାନ୍ତି ।  ସ୍ୱାମୀ ଡା. ସୁମିତ ସାହୁଙ୍କ ଫେରିବା ବାଟକୁ ଅନାଇ ଚିନିଶିଳ୍ପ ଅତିଥି ଭବନରେ ପଡ଼ି ରହିଛନ୍ତି ପତ୍ନୀ ତପସ୍ୱିନୀ ଦାସ । ହେଲେ ସ୍ୱାମୀ ଆସୁ ନାହାନ୍ତି, ଆସୁଛି ତାଙ୍କ ମେଲ୍‌ । ସ୍ୱାମୀ ଏବେ ଫେରିବେନି ଜାଣି ତପସ୍ୱିନୀ ଭାଙ୍ଗି ପଡ଼ିଥିଲେ ବି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ।

Advertisment

୫ ଦିନର ଛୁଟି ପରେ ଗତକାଲି ଡ.ସୁମିତ ସାହୁ କାର୍ଯ୍ୟରେ ଯୋଗ ଦେବାର ଥିଲେ ମଧ୍ୟ ତାଙ୍କ ଦେଖା ମିଳି ନ ଥିଲା। ହେଲେ ତାଙ୍କ ବଦଳରେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଆସିଥିଲା। ତାଙ୍କ ମେଲ୍‌। ଉକ୍ତ ମେଲ୍‌ରେ ଏ ଯାଏ ସୁସ୍ଥ ହୋଇ ନ ଥିବା ଓ ଅସୁସ୍ଥ ଥିବା ଦର୍ଶାଇ ଅଧିକ ଚିକିତ୍ସା ପାଇଁ  ହେଡକ୍ୱାର୍ଟର୍ସ ଛାଡ଼ି ବାହାରକୁ ଯିବେ ବୋଲି ଉଲ୍ଲେଖ କରିଛନ୍ତି।

ଅପରପକ୍ଷେ, ଏ ନେଇ ଗଣମାଧ୍ୟମରୁ ଖବର ପାଇ ତାଙ୍କ ପତ୍ନୀ ତପସ୍ୱିନୀ କହିଛନ୍ତି,  ମୋ ସ୍ୱାମୀ ପୁଣି ୫ ଦିନ ଛୁଟି ପାଇଁ ଆବେଦନ କରିଛନ୍ତି।  ସିଡିଏମଓ ଯାହା ପଦକ୍ଷେପ ନେବେ। ଅପରପକ୍ଷେ, ସେ କୋର୍ଟଙ୍କ ନିର୍ଦ୍ଦେଶ ମାନି ନାହାନ୍ତି। ଗତକାଲି ଏସଡିଜେଏମ୍‌ଙ୍କୁ ଦେଖାକରି ଦୁଃଖ ଜଣାଇଥିଲି। ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଦୁନିଆ ସାରା ଲୋକ ଜାଣିଛନ୍ତି ସେ ଠକୁଛନ୍ତି। ସେ ମୋ ସହ କଥା ହେଉ ନାହାନ୍ତି । ଫୋନ ନଂକୁ ବ୍ଲକରେ ପକାଇ ଦେଇଛନ୍ତି। ହେଲେ ସେ ନିଜ ଉପରିସ୍ଥ ଅଧିକାରୀଙ୍କ ଫୋନ୍‌ କଲ୍‌ ବି ରିସିଭ କରୁ ନାହାନ୍ତି।  ଏପରି ନୁହେଁ ଯେ ସେ ମହାମାରୀରେ ପଡ଼ିଛନ୍ତି, କଥା ହୋଇପାରୁ ନାହାନ୍ତି। ସେ କେବଳ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି।

Advertisment

ଏନେଇ ବାଲସିରା ସ୍ୱାସ୍ଥ୍ୟକେନ୍ଦ୍ରର  ଅଧିକାରୀ କହିଛନ୍ତି, ଗତକାଲି ସୁମିତ ମେଲ୍‌ କରି ଅସୁସ୍ଥ ଥିବା ଜଣାଇଛନ୍ତି। ଅଧିକ ଛୁଟି ପାଇଁ ସେ ବ୍ରହ୍ମପୁର ଯିବା ପାଇଁ ଉଲ୍ଲେଖ କରିଛନ୍ତି। ତାଙ୍କର ଛୁଟି ୧୦ ଦିନରୁ ଅଧିକ ହେଲାଣି। ଏନେଇ ଆମେ ସିଡିଏମ୍‌ଓଙ୍କୁ ଅବଗତ କରାଇଛୁ। ସେ ଯାହା ପରବର୍ତ୍ତୀ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ,  ଅସୁସ୍ଥ ଥିବା ଦର୍ଶଇ ଡା. ସୁମିତା ସାହୁ ନିଜ ଛୁଟି  ବଢ଼ାଇ ଚାଲିଥିବା ବେଳେ ଭାଙ୍ଗି ପଡ଼ିଛନ୍ତି  ତପସ୍ୱିନୀ  । ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି  ରହିବା ,ଖାଇବା ଓ ନ୍ୟାୟ ପାଇଁ ଲଢ଼ିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡ଼ୁଛି । ଏବେ ତପସ୍ୱିନୀଙ୍କ ସୁରକ୍ଷା ପୁଲିସ୍‌ ହଟାଇ ଦେଇଛି। ଚିନିଶିଳ୍ପ ଅତିଥି ଭବନର ରହଣି ଖର୍ଚ୍ଚ ତପସ୍ୱିନୀଙ୍କ ମୁଣ୍ଡ ଉପରେ। ଏହାସତ୍ତ୍ୱେ ଭୟକୁ ନ ଡରି ନିଜ ସୁରକ୍ଷା ଏବଂ ହକ୍ ପାଇଁ ସେ ଲଢ଼ିବେ ବୋଲି ଦମ୍ଭକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନରେ ଆସିଥିବା ଝଡ଼କୁ ଦୂର କରିବା ପାଇଁ  ଉଭୟ  ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ। ହେଲେ ତାହା ହୋଇନଥିଲା।

ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ। ଯାହା ଯାଇଛନ୍ତି ଯେ ଯାଇଛନ୍ତି। ଆଉ ଫେରିନାହାନ୍ତି। ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ। ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି।

Dr.Sumit- Tapaswini Family Conflict