Advertisment

ଡ୍ରଗ୍ସ ଡିଲର ରାଜାର ମିଳିଲା ବିଦେଶୀ ଲିଙ୍କ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ଶେଖ ରାଜା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ଧରାପଡ଼ିଛି। ଗିରଫ ଶେଖ ରାଜା ଭୁବନେଶ୍ୱରରୁ ଧରାପଡ଼ିଥିବା ବେଳେ ତା’ଠାରୁ ଏକ ଲକ୍ଷ ଟଙ୍କା, ମୋବାଇଲ, ପିସ୍ତଲ, ଗୁଳି ଓ କାର ଜବତ ହୋଇଛି। ରାଜାର ବିଦେଶ ଲିଙ୍କ୍‌ ରହିଥିବା ସାମନାକୁ ଆସିଛି। ବାଙ୍ଗଲାଦେଶ, ନେପାଳ, ରାଜସ୍ଥାନ, ଗୋଆରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରୁଛି। ଶେଖ ରାଜା କୋଲକତା ମୁର୍ସିଦାବାଦରୁ ଚୋରା ବ୍ରାଉନସୁଗାର ସଂଗ୍ରହ […]

ଅଦ୍ୟତନ ହୋଇଛି
ଡ୍ରଗ୍ସ ଡିଲର ରାଜାର ମିଳିଲା ବିଦେଶୀ ଲିଙ୍କ୍‌

crime

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ଶେଖ ରାଜା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ଧରାପଡ଼ିଛି। ଗିରଫ ଶେଖ ରାଜା ଭୁବନେଶ୍ୱରରୁ ଧରାପଡ଼ିଥିବା ବେଳେ ତା’ଠାରୁ ଏକ ଲକ୍ଷ ଟଙ୍କା, ମୋବାଇଲ, ପିସ୍ତଲ, ଗୁଳି ଓ କାର ଜବତ ହୋଇଛି।

Advertisment

ରାଜାର ବିଦେଶ ଲିଙ୍କ୍‌ ରହିଥିବା ସାମନାକୁ ଆସିଛି। ବାଙ୍ଗଲାଦେଶ, ନେପାଳ, ରାଜସ୍ଥାନ, ଗୋଆରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରୁଛି। ଶେଖ ରାଜା କୋଲକତା ମୁର୍ସିଦାବାଦରୁ ଚୋରା ବ୍ରାଉନସୁଗାର ସଂଗ୍ରହ କରୁଥିଲା। ବାଲେଶ୍ୱର ପୁଲିସ ପାଇଁ ମଧ୍ୟ ସେ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିଲା।  ୭ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଛି।

ଅଭିଯୁକ୍ତ  ଶେଖ ରାଜା ଖୋର୍ଦ୍ଧାର ଛୋଟା, ସଂଜୁ, ପାକୁକୁ ବ୍ରାଉନସୁଗାର ଯୋଗାଉଥିଲା। ଅଭିଯୁକ୍ତ ଶେଖ ରାଜାର ବାଲେଶ୍ୱରରେ ଚୋରା ବ୍ରାଉନସୁଗାର କାରବାର ସହ ଫାୟାରିଂ ମାମଲା ରହିଛି। ତା’ର ଟିକ୍‌ ଟକ୍‌ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଯାହାକୁ ପୁଲିସ ଜବତ କରିଛି। ଶେଖ ରାଜା ଜଳେଶ୍ୱର ଓ ବାଲେଶ୍ୱରର ଦୁଇଟି ଯୁନିଟ ବୁଝାସୁଝା କରୁଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe