Advertisment

ଏସପିଙ୍କ ଅଫିସ ସମ୍ମୁଖରେ ଥିବା ଦୋକାନରୁ ଚୋରି

ଭଦ୍ରକ (ଓଡ଼ିଶା ରିପୋର୍ଟର): ଏସ୍‌ପି ଅଫିସ୍‌ ସମ୍ମୁଖରୁ ହୋଇଛି ଚୋରି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଏସ୍‌ପି ଅଫିସ୍‌ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ହୋଇଛି ଚୋରି। ଗୋଟିଏ ବ୍ୟାଗ୍ ଦୋକାନ ଓ ଗୋଟିଏ ଡ୍ରେସ ଦୋକାନରୁ ହୋଇଛି ଚୋରି। ଜିନିଷପତ୍ର ସହିତ ଟଙ୍କା ନେଇ ଯାଇଛନ୍ତି ଚୋର। ଅଭିଯୋଗ ପାଇବା ପରେ ଭଦ୍ରକ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁଯାୟୀ, ଭଦ୍ରକ ଅସ୍ତଳ ଛକ ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଏସପିଙ୍କ ଅଫିସ ସମ୍ମୁଖରେ ଥିବା ଦୋକାନରୁ ଚୋରି

Bag

ଭଦ୍ରକ (ଓଡ଼ିଶା ରିପୋର୍ଟର): ଏସ୍‌ପି ଅଫିସ୍‌ ସମ୍ମୁଖରୁ ହୋଇଛି ଚୋରି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଏସ୍‌ପି ଅଫିସ୍‌ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ହୋଇଛି ଚୋରି। ଗୋଟିଏ ବ୍ୟାଗ୍ ଦୋକାନ ଓ ଗୋଟିଏ ଡ୍ରେସ ଦୋକାନରୁ ହୋଇଛି ଚୋରି। ଜିନିଷପତ୍ର ସହିତ ଟଙ୍କା ନେଇ ଯାଇଛନ୍ତି ଚୋର।

Advertisment

ଅଭିଯୋଗ ପାଇବା ପରେ ଭଦ୍ରକ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁଯାୟୀ, ଭଦ୍ରକ ଅସ୍ତଳ ଛକ ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୀର ସକିବୁର ରେହମାନଙ୍କ ଡ୍ରେସ ଦୋକାନ ଗତ କିଛି ଦିନ ଧରି ବନ୍ଦ ଥିଲା। ଶନିବାର ସନ୍ଧ୍ୟାରେ ସେ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଡ୍ରେସ୍ ସହିତ ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଦୋକାନ ପଛପଟରେ ଥିବା ସ୍କାଇଲାଟ ଭାଙ୍ଗି ଚୋର ପଶିଥିବା ଜଣାପଡ଼ିଛି।

ସେହିପରି ମୀର ସକିବୁରଙ୍କ ଦୋକାନ ପାଖରେ ମୀର୍ଜା ଆଜାରୁଦ୍ଦିନଙ୍କ ବ୍ୟାଗ୍ ଦୋକାନ ଅଛି। ତାହା ମଧ୍ୟ କିଛି ଦିନ ଧରି ବନ୍ଦ ଥିଲା। ସେ ବି ଗତକାଲି ସନ୍ଧ୍ୟାରେ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଲେ। ତାଙ୍କ ଦୋକାନ ପଛପଟ ସ୍କାଇଲାଟ ବି ଭଙ୍ଗା ଯାଇଥିଲା। ତାଙ୍କ ଦୋକାନରୁ ବ୍ୟାଗ୍‌ ସହିତ ଟଙ୍କା ଚୋରି ହୋଇଥିବା ସେ କହିଛନ୍ତି।

Advertisment

ଭଦ୍ରକ ଟାଉନ ଥାନା ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ତେବେ  ପ୍ରଶ୍ନ ଉଠୁଛି- ସଵୁଠାରୁ ସୁରକ୍ଷିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଯଦି ଏଭଳି ଚୋରି ହେଉଛି, ତେବେ ଅନ୍ୟ ଅଞ୍ଚଳର ଅବସ୍ଥା କେମିତି ଥିବ?