Advertisment

ପୁରୀରେ ବିଷାକ୍ତ ହୋଇଗଲା ପାଇପ୍ ପାଣି, ଝାଡ଼ାବାନ୍ତିରେ ମହିଳା ମୃତ

ପୁରୀ(ଓଡ଼ିଶା ରିପୋର୍ଟର): ଝାଡ଼ାବାନ୍ତିରେ ସେବାୟତ ପରିବାରର ଜଣେ ମହିଳା ମୃତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପୁରୀ ବିମାନବଡ଼ୁ ସାହିର ବାସନ୍ତୀ ଦାଶ। ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ନତିକରଣ ଚାଲିଥିବା ବେଳେ କଟା ଯାଇଥିବା ପାଣି ପାଇପ୍‌ରେ ମଇଳା ପାଣି ପଶି ଯାଇଥିଲା। ଏହି ପାଣି ପିଇବା ଯୋଗୁ ସେବାୟତ ସାହି ଲୋକେ ଝାଡ଼ାବାନ୍ତିରେ ପଡ଼ିଥିଲେ। ଯାହା ଭିତରେ ବାସନ୍ତୀ ମଧ୍ୟ ଥିଲେ। ପରିବାର ଲୋକଙ୍କ ସୂଚନା […]

ଅଦ୍ୟତନ ହୋଇଛି
ବିଷ ପିଇ ଦେଲେ ବାପ, ପୁଅ

death

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଝାଡ଼ାବାନ୍ତିରେ ସେବାୟତ ପରିବାରର ଜଣେ ମହିଳା ମୃତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପୁରୀ ବିମାନବଡ଼ୁ ସାହିର ବାସନ୍ତୀ ଦାଶ। ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ନତିକରଣ ଚାଲିଥିବା ବେଳେ କଟା ଯାଇଥିବା ପାଣି ପାଇପ୍‌ରେ ମଇଳା ପାଣି ପଶି ଯାଇଥିଲା। ଏହି ପାଣି ପିଇବା ଯୋଗୁ ସେବାୟତ ସାହି ଲୋକେ ଝାଡ଼ାବାନ୍ତିରେ ପଡ଼ିଥିଲେ। ଯାହା ଭିତରେ ବାସନ୍ତୀ ମଧ୍ୟ ଥିଲେ।

Advertisment

ପରିବାର ଲୋକଙ୍କ ସୂଚନା ମୁତାବକ, ପ୍ରଦୂଷିତ ହୋଇଥିବା ପାଣି ପିଇ ସେ ପ୍ରାୟ ତିନିଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ। ତାଙ୍କୁ ଆଜି ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ଏବେବି ଦୂଷିତ ପାଣି ପିଇବାକୁ ପଡୁଛି ବୋଲି ସାହିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୟରେ ପାଣି ପାଇପ କଟା ଯାଇଥିଲା। ସେହି ସମୟରେ ସାହି ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଥିଲେ। ପରେ ଯେଉଁ ପାଣି ଯୋଗାଣ କରାଯାଇଥିଲା, ତାହା ଦୂଷିତ ପାଣି ଥିଲା। ଏହି ଦୂଷିତ ପାଇପ୍‌ ପାଣି ପିଇ ବହୁ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ପ୍ରଶାସନ ପକ୍ଷରୁ ବାସେଲି ସାହିରେ କ୍ୟାମ୍ପ କରାଯାଇ ଆକ୍ରାନ୍ତ ଲୋକଙ୍କୁ ଔଷଧ ଓ ଚିକିତ୍ସା କରାଯାଇଥିଲା। ଏବେ ଏହି ବିଷାକ୍ତ ପାଣି ଜଣଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe