‘କାଳିଆ’ ସମାବେଶକୁ ଆସି ଜୀବନ ଗଲା

ବାଲିଗୁଡା(ଅଜିତ୍‌ ନାୟକ):  କାଳିଆ ପାଇଁ ଜୀବନ ଚାଲିଗଲା। ଚାଷୀ ହୋଇ ନ ଥିଲେ ବି ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରାସ୍ତା ଦୁର୍ଘଟଣା ଘଟି ତଥାକଥିତ ହିତାଧିକାରୀଙ୍କ ପ୍ରାଣ ଚାଲି ଯାଇଛି । ମୃତକ ଜଣକ ଚାଷୀ ନ ଥିଲେ ବରଂ ଜଣେ ଗାଡି ଚାଳକ ଥିଲେ ବୋଲି ଜଣାପଡିଛି। ଏଭଳି ଅଭାଵନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କନ୍ଧମାଳ ଜିଲ୍ଲାର ମହାସିଙ୍ଗଠାରେ ଆଜି କାଳିଆ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ […]

bus

bus

Mihir Pattnayak
  • Published: Saturday, 09 March 2019
  • Updated: 09 March 2019, 06:07 PM IST

Sports

Latest News

ବାଲିଗୁଡା(ଅଜିତ୍‌ ନାୟକ):  କାଳିଆ ପାଇଁ ଜୀବନ ଚାଲିଗଲା। ଚାଷୀ ହୋଇ ନ ଥିଲେ ବି ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରାସ୍ତା ଦୁର୍ଘଟଣା ଘଟି ତଥାକଥିତ ହିତାଧିକାରୀଙ୍କ ପ୍ରାଣ ଚାଲି ଯାଇଛି ।

ମୃତକ ଜଣକ ଚାଷୀ ନ ଥିଲେ ବରଂ ଜଣେ ଗାଡି ଚାଳକ ଥିଲେ ବୋଲି ଜଣାପଡିଛି। ଏଭଳି ଅଭାଵନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କନ୍ଧମାଳ ଜିଲ୍ଲାର ମହାସିଙ୍ଗଠାରେ ଆଜି କାଳିଆ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ସମାବେଶକୁ ସଫଳ କରିବା ଲାଗି ବ୍ରହ୍ମପୁର ସହରରେ ଚଳାଚଳ କରୁଥିବା ସିଟି ବସ୍‌ଗୁଡିକୁ କନ୍ଧମାଳ ଅଣାଯାଇଥିଲା । ଶତାଧିକ ସିଟି ବସ ଚାଳକ ଗତ ବିଳମ୍ବିତ ରାତିରେ କନ୍ଧମାଳର ବିଭିନ୍ନ ବ୍ଲକକୁ ଆସିଥିଲେ।  ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ଅଞ୍ଚଳର ଚିତ୍ତରଞ୍ଜନ ନାୟକ ନାମକ ଜଣେ ଗାଡି ଚାଳକ କନ୍ଧମାଳର ବାଲିଗୁଡା ଅଭିମୁଖେ ରାତିରେ ଆସୁଥିଲେ। ଏହି ସମୟରେ ବାଲିଗୁଡା-ଦାରିଙ୍ଗବାଡ଼ି ରାସ୍ତାର ଲକଟି ଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ସିଟି ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ହିଁ ଗାଡି ଚାଳକ ଚିତ୍ତରଞ୍ଜନ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।  ଅନ୍ୟପଟେ କାଳିଆ ସମାବେଶକୁ ଆସୁଥିବା ବେଳେ ପ୍ରାଣ ହରାଇଥିବା ଗାଡି ଚାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ ସମାବେଶରେ  କହି ନ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story