bus
ବାଲିଗୁଡା(ଅଜିତ୍ ନାୟକ): କାଳିଆ ପାଇଁ ଜୀବନ ଚାଲିଗଲା। ଚାଷୀ ହୋଇ ନ ଥିଲେ ବି ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରାସ୍ତା ଦୁର୍ଘଟଣା ଘଟି ତଥାକଥିତ ହିତାଧିକାରୀଙ୍କ ପ୍ରାଣ ଚାଲି ଯାଇଛି ।
ମୃତକ ଜଣକ ଚାଷୀ ନ ଥିଲେ ବରଂ ଜଣେ ଗାଡି ଚାଳକ ଥିଲେ ବୋଲି ଜଣାପଡିଛି। ଏଭଳି ଅଭାଵନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କନ୍ଧମାଳ ଜିଲ୍ଲାର ମହାସିଙ୍ଗଠାରେ ଆଜି କାଳିଆ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
ସମାବେଶକୁ ସଫଳ କରିବା ଲାଗି ବ୍ରହ୍ମପୁର ସହରରେ ଚଳାଚଳ କରୁଥିବା ସିଟି ବସ୍ଗୁଡିକୁ କନ୍ଧମାଳ ଅଣାଯାଇଥିଲା । ଶତାଧିକ ସିଟି ବସ ଚାଳକ ଗତ ବିଳମ୍ବିତ ରାତିରେ କନ୍ଧମାଳର ବିଭିନ୍ନ ବ୍ଲକକୁ ଆସିଥିଲେ। ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ଅଞ୍ଚଳର ଚିତ୍ତରଞ୍ଜନ ନାୟକ ନାମକ ଜଣେ ଗାଡି ଚାଳକ କନ୍ଧମାଳର ବାଲିଗୁଡା ଅଭିମୁଖେ ରାତିରେ ଆସୁଥିଲେ। ଏହି ସମୟରେ ବାଲିଗୁଡା-ଦାରିଙ୍ଗବାଡ଼ି ରାସ୍ତାର ଲକଟି ଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ସିଟି ବସ୍ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ହିଁ ଗାଡି ଚାଳକ ଚିତ୍ତରଞ୍ଜନ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ କାଳିଆ ସମାବେଶକୁ ଆସୁଥିବା ବେଳେ ପ୍ରାଣ ହରାଇଥିବା ଗାଡି ଚାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ ସମାବେଶରେ କହି ନ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/bus-2.jpg)