Advertisment

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ୍‌

author-image
Manoranjan Sial
Accident

Accident

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

Advertisment

ଅନୁଗୋଳ ଜିଲ୍ଲା ତାଳଚେରରୁ କୋଇଲା ବୋଝେଇ କରି ଏକ ଟ୍ରକ୍‌ ନଂ. OD-35C-0436 ପାରାଦୀପ ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥର ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା ଫଳରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ଚାହୁଁ ଚାହୁଁ ନିଆଁ ଟ୍ରକ୍‌ରେ ଲୋଡ଼୍‌ ହୋଇଥିବା କୋଇଲାରେ ଲାଗି ଯାଇଥିଲା। ଯେଉଁଥିପାଇଁ ଟ୍ରକ୍‌ ଚଳାଉଥିବା ଚାଳକ ବାହାରି ପାରିନଥିଲେ। ଟ୍ରକ୍‌ ଭିତରେ ସେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପରଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର

Accident Dhenkanal