Advertisment

ଆନ୍ଦୋଳନ ହେବ, ସାମିଲ ହେବନି ୨୦ରୁ ଅଧିକ ଡ୍ରାଇଭର ମହାସଂଘ

ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ ଦିଆଯିବ ବୋଲି ମହାସଂଘ କହିଛି।

Driver

Driver

Advertisment

ଜିଦ୍‌ରେ ଅଟଳ ରହିଲେ ଓଡ଼ିଶା ଡ୍ରାଇଭର ମହାସଂଘ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା। କାରଣ ହଲ୍ଲାବୋଲ୍‌ କରିବ ଓଡ଼ିଶା ଡ୍ରାଇଭର ମହାସଂଘ। ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବ ମହାସଂଘ। ତେବେ ଏହି ଆନ୍ଦୋଳନରେ ବସ୍‌, ଟ୍ରକ୍‌ ପରି ୨୦ରୁ ଅଧିକ ମହାସଂଘ। ଯାହାକୁ ନେଇ ନୂଆ ବିବାଦ ଦେଖାଦେଇଛି।

Advertisment

ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍ସସନ୍‌, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି। କିନ୍ତୁ କୌଣସି ଫଳପ୍ରଦ ନହେବାରୁ କାଲିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ।

ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ ଦିଆଯିବ ବୋଲି ମହାସଂଘ କହିଛି। ତେବେ ଆନ୍ଦୋଳନରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ଟ୍ରକ ମାଲିକ ସଂଘ ସମେତ ୨୦ରୁ ଅଧିକ ସଂଘ ସାମିଲ ହେବେନାହିଁ। ଯେଉଁଥିପାଇଁ ବର୍ତ୍ତମାନ ମୁହାଁମୁହିଁ ସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି।

Advertisment

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମ ସହିତ କୌଣସି ଆଲୋଚନା ହୋଇନାହିଁ। କିନ୍ତୁ ଆମ ସହିତ ଯେଉଁମାନେ ଅଛନ୍ତି, ସେମାନେ କାଲି ବସ୍‌ ଚଲାଇବେ। ସେମାନେ କୌଣସି ଉପାୟରେ ବସ ଚଲାଇବା ବନ୍ଦ କରିପାରିବେ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। 

ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ
ନହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୁଲିସ। ପବ୍ଲିକ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ୧୧୨କୁ କଲ କରିବା ଲାଗି ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe