Advertisment

ଡ୍ରାଇଭର କରୁଛନ୍ତି ଦଣ୍ଡବତ ଯାତ୍ରା, ଘେରିବେ ନବୀନ ନିବାସ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ‘୩ , ୩ ମାସ ମହଲତ ମାଗି ପ୍ରାୟ ବର୍ଷେ ସମୟ ଗଡ଼ାଇ ସାରିଲେଣି ସରକାର। ହେଲେ ଆମ ନ୍ୟାର୍ଯ୍ୟ ଦାବି ପୂରଣ ହେଉନି। ଯେଉଁମାନେ ଦେଶର ଅର୍ଥନୀତିର, ପ୍ରଗତିର ମୂଳ ମେରୁଦଣ୍ଡ, ସେମାନଙ୍କୁ ଅବହେଳିତ କରି ରଖାଯାଉଛି। ଆଉ କୌଣସି ବାହାନା ଚଳିବନି ।  ଏବେ ଆମେ ଟ୍ରେଲର ଦେଖାଉଛୁ, ଆଗକୁ ପୂରା ଫିଲ୍ମ ବାକି ଅଛି ।’ ଏପରିକି ନବୀନ ନିବାସ ବି ଘେରିବୁ।’ ଏହି ଚେତାବନୀ ଦେଇଛନ୍ତି ଓଡ଼ିଶା […]

ଅଦ୍ୟତନ ହୋଇଛି
ଡ୍ରାଇଭର କରୁଛନ୍ତି ଦଣ୍ଡବତ ଯାତ୍ରା, ଘେରିବେ ନବୀନ ନିବାସ

drivers

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ‘୩ , ୩ ମାସ ମହଲତ ମାଗି ପ୍ରାୟ ବର୍ଷେ ସମୟ ଗଡ଼ାଇ ସାରିଲେଣି ସରକାର। ହେଲେ ଆମ ନ୍ୟାର୍ଯ୍ୟ ଦାବି ପୂରଣ ହେଉନି। ଯେଉଁମାନେ ଦେଶର ଅର୍ଥନୀତିର, ପ୍ରଗତିର ମୂଳ ମେରୁଦଣ୍ଡ, ସେମାନଙ୍କୁ ଅବହେଳିତ କରି ରଖାଯାଉଛି। ଆଉ କୌଣସି ବାହାନା ଚଳିବନି ।  ଏବେ ଆମେ ଟ୍ରେଲର ଦେଖାଉଛୁ, ଆଗକୁ ପୂରା ଫିଲ୍ମ ବାକି ଅଛି ।’ ଏପରିକି ନବୀନ ନିବାସ ବି ଘେରିବୁ।’ ଏହି ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ।

Advertisment

୯ ଦଫା ଦାବି ନେଇ ରାଜରାସ୍ତାରେ ଦଣ୍ଡବତ ଯାତ୍ରା କରୁଛନ୍ତି ଓଡିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା। ସମ୍ବଲପୁରର ମା’ ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଢେଙ୍କାନାଳ ଛୁଇଁଲାଣି।  ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଦଣ୍ଡବତ କରି କରି ରାଜରାସ୍ତାରେ ପୂରା ୨ଶହ କିମି ଅତିକ୍ରମ କରି ସାରିଲେଣି। ଢେଙ୍କାନାଳରୁ ସେମାନେ କଟକ ଓ ପରେ ଭୁବନେଶ୍ୱର ନବୀନ ନିବାସ ମୁହାଁ ହେବେ ବୋଲି କହିଛନ୍ତି।

ଆଗାମୀ ୮ ତାରିଖ ଭିତରେ ନବୀନ ନିବାସରେ ପହଞ୍ଚି ସରକାରଙ୍କ ସହ ନିଜ ହକ ପାଇଁ ଆଲୋଚନା କରିବେ ବୋଲି ଯୋଜନା କରିଛନ୍ତି । ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟ ବ୍ୟାପୀ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର।

Advertisment

[caption id="attachment_778248" align="aligncenter" width="650"]driver ଢେଙ୍କାନାଳରେ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା ।[/caption]

ଓଡ଼ିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା କହିଛନ୍ତି, ଡ୍ରାଇଭରଙ୍କର  ଇନସୁରାନ୍ସ ଦରକାର, ରାସ୍ତାରେ ସୁରକ୍ଷା ଲୋଡ଼ା ।  ଯେଉଁ ଡ୍ରାଇଭର ବୃଦ୍ଧ ବୟସରେ ଗାଡ଼ି ଚଲାଇ ପାରୁନି ସେ ଭିକ୍ଷା ବୃତ୍ତି କରୁଛି। ତେଣୁ ପେନସନ୍‌ ବି ଲୋଡ଼ା। ଦେଶର ଅର୍ଥନୀତି, ପ୍ରଗତିର ମୂଳ ମେରୁଦଣ୍ଡ ହେଉଛି ଡ୍ରାଇଭର। ହେଲେ ସରକାର ଆମ ସହ ଖେଳ ଖେଳୁଛନ୍ତି। ତେଣୁ ଆମେ ଦଣ୍ଡବତ କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ। ଏଥର ଆମ ଦାବି ପୂରଣ ନ କଲେ ଆଉ କୌଣସି ଆଲୋଚନା ନାହିଁ। ଏଥର ସିଧାସଳଖ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ହେବ ।

ସୂଚନାଯୋଗ୍ୟ, ଗତବର୍ଷ ଡ୍ରାଇଭରଙ୍କ ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ଯାଇଥିଲା। ଏବେ ପୁଣି ଥରେ ହଜାର ହଜାର ଡ୍ରାଇଭର ଭୁବନେଶ୍ୱରମୁହାଁ ହେଉଥିବା ବେଳେ ସେମାନଙ୍କୁ କିପରି ନିୟନ୍ତ୍ରଣରେ ରଖାଯିବ ତାହା ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe