Advertisment

ଚିଲିକା ଓ ଭିତରକନିକା ଉପରେ ନଜର ରଖିବ ଡ୍ରୋନ୍

କଟକ(ଓଡ଼ିଶା ରିପୋର୍ଟର): ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍ କାମେରା। ଏହି ସବୁ ଅଂଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଜି ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଚିଲିକା ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବେ ରାଜ୍ୟ ସରକାର। ଚିଲିକା ଏବଂ ଭିତରକନିକା ଆର୍ଦ୍ରଭୂମି […]

author-image
Niranjan Mishra
ଅଦ୍ୟତନ ହୋଇଛି
ଚିଲିକା ଓ ଭିତରକନିକା ଉପରେ ନଜର ରଖିବ ଡ୍ରୋନ୍

gheri

କଟକ(ଓଡ଼ିଶା ରିପୋର୍ଟର): ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍ କାମେରା। ଏହି ସବୁ ଅଂଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଜି ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଚିଲିକା ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବେ ରାଜ୍ୟ ସରକାର। ଚିଲିକା ଏବଂ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ନିଜଆଡୁ ଏହି ମାମଲା ଦାୟର କରିଛନ୍ତି। ପୂର୍ବରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଉଥିଲେ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି ପୁଣି ଗଢି ଉଠୁଥିବା ନେଇ ଅମିକସକ୍ୟୁରୀ କୋର୍ଟଙ୍କୁ ଅବଗତ କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାନୁଆଲ ପେଟ୍ରୋଲିଂ କରାଯାଉଥିଲେ ମଧ୍ୟ ସଠିକ ତଥ୍ୟ ମିଳୁନାହିଁ ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ।

Advertisment

ଏଥିପାଇଁ ଡ୍ରୋନ୍ କାମେରା ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କୋର୍ଟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।