Advertisment

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

‘ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରିବୁ। ସେହି ପିଲାମାନେ କିପରି ସପ୍ଲିମେଣ୍ଟରୀ ପରୀକ୍ଷା ଦେବେ ସେଥିପାଇଁ ପ୍ରବର୍ତ୍ତାଇବୁ।’

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Matric

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଜି ବିଧାନସଭାରେ ଆଜି ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ୨୦୨୧-୨୨ ମସିହାରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଫର୍ମ ପୂରଣ କରିଥିଲେ। ସେଥିରୁ ୪୫ ହଜାର ୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ। ଚଳିତବର୍ଷ ଅର୍ଥାତ ୨୦୨୨-୨୦୨୩ ମସିହାରେ ୫ ଲକ୍ଷ ୩୨ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିରୁ ୧୩ ହଜାର ୫୮ ଜଣ ପିଲା ପରୀକ୍ଷା ଦେଇନାହାନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମହାମାରୀ କରୋନା ପରେ ୪୫ ହଜାରରୁ ଅଧିକ ପିଲା ମାଟ୍ରିକ୍‌ ପରୀକ୍ଷା ଦେଇନଥିଲେ। ସେତେବେଳେ ଆମେ ଘରକୁ ଘର ଯିବୁ ବୋଲି କହିଥିଲୁ। ସେହି ହିସାବରେ ବିଭାଗ ଘରକୁ ଘର ଯାଇଛି। ଯେଉଁଥିପାଇଁ ଗତବର୍ଷ ଅପେକ୍ଷା ଏଥର ବହୁ କମ୍‌ ପିଲା ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଗତବର୍ଷ ୪୫ ହଜାରରୁ ଅଧିକ ପିଲା ଡ୍ରପ୍‌ଆଉଟ୍‌ ହୋଇଥିବା ବେଳେ ଏଥର ୧୩ ହଜାର ପିଲା ପରୀକ୍ଷା ଦେଉନାହାନ୍ତି। ସେମାନେ କାହିଁକି ପରୀକ୍ଷା ଦେଉନାହାନ୍ତି? ତାହା ଉପରେ ବିଭାଗ ତର୍ଜମା କାରିବ। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରିବୁ। ସେହି ପିଲାମାନେ କିପରି ସପ୍ଲିମେଣ୍ଟରୀ ପରୀକ୍ଷା ଦେବେ ସେଥିପାଇଁ ପ୍ରବର୍ତ୍ତାଇବୁ ବୋଲି ଶ୍ରୀ ଦାଶ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୦ରୁ ଅଧିକ ସରକାରୀ ଆଇଟିଆଇ ସ୍କୁଲ ରହିଛି। ଏହାଛଡ଼ା ୧୫୦ରୁ ଅଧିକ ବେରକାରୀ ଆଇଟିଆଇ ସ୍କୁଲ ରହିଛି। ମାଟ୍ରିକ୍‌ ପାସ କରିବା ପରେ ଅନେକ ପିଲା ଆଇଟିଆଇ, ଟେକ୍ନିକାଲ୍‌ ଶିକ୍ଷା ଗ୍ରହଣ କରୁଛନ୍ତି। ମାଟ୍ରିକ୍‌ ପରେ ସବୁ ପିଲା ଯୁକ୍ତ ଦୁଇରେ ନାମ ଲେଖାଇବେ, ତାହା କହିବା ଠିକ୍‌ ହେବନି ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Matric Exam Odisha 10th Board Exam MatricExam