Advertisment

୭୨ଟି ପଞ୍ଚାୟତରେ ମରୁଡ଼ିର ପଦଧ୍ୱନି !

ରାଉରକେଲା(ପୱନ ତୀୱାରି): ପାନପୋଷ ସବଡିଭିଜନ ଅଧିନରେ ରହିଛି ୪ ଟି ବ୍ଳକ। ଆଉ ୪ଟି ବ୍ଳକରେ ରହିଛି ୭୨ଟି ପଞ୍ଚାୟତ । ଏବେ ଏ ସମସ୍ତ ବ୍ଳକରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା।  ସମ୍ଭାବ୍ୟ ମରୁଡି ପଦଧ୍ୱନି ମଧ୍ୟ ଦେଲାଣି । ତେବେ ଗତ ଦୁଇ ଦିନ ତଳେ ଲଗାଣ ବର୍ଷା ହୋଇଥିଲା। ଚାଷୀ କୂଳ ଭାବିଥିଲେ ଚାଷ ବଞ୍ଚିଯିବ।  କିନ୍ତୁ ଏବେ ମଧ୍ୟ ଚାଷ ଜମିରେ ପାଣି ଜମି ନାହିଁ । ବିଶ୍ରା ବ୍ଳକ ତୁଲସିକାନି ପଞ୍ଚାୟତରେ […]

ଅଦ୍ୟତନ ହୋଇଛି
୭୨ଟି ପଞ୍ଚାୟତରେ ମରୁଡ଼ିର ପଦଧ୍ୱନି !

5gn

Advertisment

ରାଉରକେଲା(ପୱନ ତୀୱାରି): ପାନପୋଷ ସବଡିଭିଜନ ଅଧିନରେ ରହିଛି ୪ ଟି ବ୍ଳକ। ଆଉ ୪ଟି ବ୍ଳକରେ ରହିଛି ୭୨ଟି ପଞ୍ଚାୟତ । ଏବେ ଏ ସମସ୍ତ ବ୍ଳକରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା।  ସମ୍ଭାବ୍ୟ ମରୁଡି ପଦଧ୍ୱନି ମଧ୍ୟ ଦେଲାଣି । ତେବେ ଗତ ଦୁଇ ଦିନ ତଳେ ଲଗାଣ ବର୍ଷା ହୋଇଥିଲା। ଚାଷୀ କୂଳ ଭାବିଥିଲେ ଚାଷ ବଞ୍ଚିଯିବ।  କିନ୍ତୁ ଏବେ ମଧ୍ୟ ଚାଷ ଜମିରେ ପାଣି ଜମି ନାହିଁ । ବିଶ୍ରା ବ୍ଳକ ତୁଲସିକାନି ପଞ୍ଚାୟତରେ ଦେଖାଦେଇଛି ମରୁଡି ସ୍ଥିତି । ପଞ୍ଚାୟତର ଚାଷୀ ଏବେ ସରକାରଙ୍କ ମରୁଡି ଘୋଷଣାକୁ ଅପେକ୍ଷା କରି ରହିଛନ୍ତି।  ଯୁଆଡେ ଦେଖିବେ ଧାନକ୍ଷେତ ଫାଟି ଆଁ କଲାଣି । କ୍ଷେତରେ ଯେଉଁଠି ପାଣି ଜମି ରହିବା କଥା ସେଠି ଏବେ ପୁରା ଶୁଖିଲା ପଡିଛି ଜମି । ବିଶ୍ରା ବ୍ଳକ ତୁଲସିକାନି ପଞ୍ଚାୟତରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

 ଉକ୍ତ ପଞ୍ଚାୟତର ପ୍ରାୟ ସବୁ ଆଡେ ଏବେ ଏପରି ଅବସ୍ଥା । ଦିନ କେଇଟା ପରେ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ।  ତେବେ ଏପରି ସ୍ଥିତିରେ ନୂଆ ଧାନ ଆସିବ କେଉଁଠୁ । ନୂଆ ଖାଇବେ କେମିତି ସେନେଇ ଚିନ୍ତାରେ ଚାଷୀ ପରିବାର।  ବହୁ ଚାଷୀ ଯେଉଁ ଲୋନ ଆଣିଥିଲେ ତାକୁ କେମିତି ପରିଶୋଧ କରିବେ ତାହା ମଧ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି।

 କ୍ଷେତରେ ଜଳସେଚନ ପାଇଁ ଯେଉଁ ଏଲଆଇ ପଏଣ୍ଟ ଥିଲା ତାହା ମଧ୍ୟ ଅଚଳ। ବର୍ଷା ଚଳିତ ବର୍ଷ ପୂରା ଧୋକା ଦେଇଥିବା କହିଛନ୍ତି ଚାଷୀ ପରିବାର।  ଏବେ ଚାଷୀ ଅପେକ୍ଷା କରିଛନ୍ତି ସରକାରଙ୍କ ସାହାଯ୍ୟକୁ । ଗରିବ ଆଦିବାସୀ ଯେଉଁ ହାତ ଉଧାରି କରି ଚାଷ କରିଥିଲେ ତାହା କେମିତି ସୁଝିବେ ତାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ପାନପୋଷ ଉପଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ମଧ୍ୟ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ୱୀକାର କରିଛନ୍ତି । ତା’ସହ ବହୁଚାଷୀ ଏନେଇ ଅଭିଯୋଗ କରୁଥିବା କଥା ମଧ୍ୟ କହିଛନ୍ତି । ତେବେ ସରକାରଙ୍କ ନିୟମ ଆସିଲେଯାହା ସୁବିଧା ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।

Advertisment
Draught
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe