Advertisment

ମହାନଦୀରୁ ଉଦ୍ଧାର ନାବାଳକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣଙ୍କ ପତ୍ତା ମିଳୁନି

କଟକ(ଓଡ଼ିଶା ରିପୋର୍ଟର): ମହାନଦୀର ଯୋବ୍ରାରେ ଗାଧୋଇଥିବା ବେଳେ ବୁଡ଼ିଗଲେ ୩ ନାବାଳକ। ସେମାନଙ୍କୁ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ସାହିଲ୍‌ ଖାନ୍‌। ତେବେ ଅନ୍ୟ ଦୁଇ ନାବାଳକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଆଜି ଅପରାହ୍ନ ପ୍ରାୟ ଗୋଟାଏରୁ ଦେଢ଼ଟା ଭିତରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ୍‌, ରାଜ ଓ ଛୋଟୁ […]

ମହାନଦୀରୁ ଉଦ୍ଧାର ନାବାଳକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣଙ୍କ ପତ୍ତା ମିଳୁନି

Sahil-Khan

Advertisment

କଟକ(ଓଡ଼ିଶା ରିପୋର୍ଟର): ମହାନଦୀର ଯୋବ୍ରାରେ ଗାଧୋଇଥିବା ବେଳେ ବୁଡ଼ିଗଲେ ୩ ନାବାଳକ। ସେମାନଙ୍କୁ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ସାହିଲ୍‌ ଖାନ୍‌। ତେବେ ଅନ୍ୟ ଦୁଇ ନାବାଳକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ।

Advertisment

ଆଜି ଅପରାହ୍ନ ପ୍ରାୟ ଗୋଟାଏରୁ ଦେଢ଼ଟା ଭିତରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ୍‌, ରାଜ ଓ ଛୋଟୁ ଗାଧୋଇବା ପାଇଁ ଯାଇଥିଲେ। ତିନି ଜଣ ମିଶି ନଦୀ ଭିତରକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।

ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

Advertisment

ସେପଟେ ରାଜ ଓ ଛୋଟୁଙ୍କ ପତ୍ତା ମିଳୁନାହିଁ। ଅଗ୍ନିଶମ, ଓଡ୍ରାଫ୍‌ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଯୋବ୍ରାରେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ଯୋବ୍ରା ବ୍ୟାରେଜରେ ଗେଟ୍‌ ପକାଯାଇ ପାଣିକୁ ଅଟକା ଯାଇଛି। ପାଣି କମିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe