ବାରିପଦା(ମାନିକ୍ ଲାଲ୍ ପାଣି): ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି। ବାରିପଦା ତୁଳସୀ ଚଉରା ସାହିରେ ଥିବା ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।
ଗତ କିଛି ଦିନ ତଳେ ଗିରଫ ଅବନୀ ପତି ବେଆଇନ ନିଶା ନିବାରଣ କେନ୍ଦ୍ର ଚଳାଉଥିବା ଏବଂ ଅନ୍ତେବାସୀ ସହ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କିଛି ଦିନ ତଳେ ଅବନୀ ପତି ଜାମିନରେ ଆସିଥିଲେ।
[caption id="attachment_763692" align="aligncenter" width="650"] ଅଭିଯୁକ୍ତ ପୂର୍ବରୁ ନିଶାନିବାରଣ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କୁ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା।[/caption]
ଏହି ସମୟରେ ସେ ପୁଣି ଥରେ ନିଶା ନିବାରଣ କେନ୍ଦ୍ର ଖୋଲିବା ଏବଂ ଅନ୍ତେବାସୀଙ୍କୁ ରଖିବା ଖବର ପାଇ ପୁଲିସ ଚଢାଉ କରିଥିଲା। ପୁର୍ବରୁ ନିଶା ନିବାରଣ କେନ୍ଦ୍ରକୁ ପ୍ରଶାସନ ବନ୍ଦ କରିଥିବା ବେଳେ ଜାମିନରେ ଆସିଥିବା ସର୍ତ୍ତାବଳୀକୁ ଅମାନ୍ୟ କରିଥିବା ଯୋଗୁଁ ପୁଲିସ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।