Advertisment

ନିଶା ନିବାରଣ କେନ୍ଦ୍ର ମାଲିକ ଗିରଫ, ଜାମିନ ସର୍ତ୍ତ ଭାଙ୍ଗିଲେ

ବାରିପଦା(ମାନିକ୍ ଲାଲ୍ ପାଣି): ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି। ବାରିପଦା ତୁଳସୀ ଚଉରା ସାହିରେ ଥିବା ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଗତ କିଛି ଦିନ ତଳେ ଗିରଫ ଅବନୀ ପତି ବେଆଇନ ନିଶା ନିବାରଣ କେନ୍ଦ୍ର ଚଳାଉଥିବା ଏବଂ ଅନ୍ତେବାସୀ ସହ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ […]

ଅଦ୍ୟତନ ହୋଇଛି
ନିଶା ନିବାରଣ କେନ୍ଦ୍ର ମାଲିକ ଗିରଫ, ଜାମିନ ସର୍ତ୍ତ ଭାଙ୍ଗିଲେ

drug

Advertisment

ବାରିପଦା(ମାନିକ୍ ଲାଲ୍ ପାଣି): ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି। ବାରିପଦା ତୁଳସୀ ଚଉରା ସାହିରେ ଥିବା ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।

Advertisment

ଗତ କିଛି ଦିନ ତଳେ ଗିରଫ ଅବନୀ ପତି ବେଆଇନ ନିଶା ନିବାରଣ କେନ୍ଦ୍ର ଚଳାଉଥିବା ଏବଂ ଅନ୍ତେବାସୀ ସହ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କିଛି ଦିନ ତଳେ ଅବନୀ ପତି ଜାମିନରେ ଆସିଥିଲେ।

[caption id="attachment_763692" align="aligncenter" width="650"]publive-image ଅଭିଯୁକ୍ତ ପୂର୍ବରୁ ନିଶାନିବାରଣ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କୁ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା।[/caption]

Advertisment

ଏହି ସମୟରେ ସେ ପୁଣି ଥରେ ନିଶା ନିବାରଣ କେନ୍ଦ୍ର ଖୋଲିବା ଏବଂ ଅନ୍ତେବାସୀଙ୍କୁ ରଖିବା ଖବର ପାଇ ପୁଲିସ ଚଢାଉ କରିଥିଲା। ପୁର୍ବରୁ ନିଶା ନିବାରଣ କେନ୍ଦ୍ରକୁ ପ୍ରଶାସନ ବନ୍ଦ କରିଥିବା ବେଳେ ଜାମିନରେ ଆସିଥିବା ସର୍ତ୍ତାବଳୀକୁ ଅମାନ୍ୟ କରିଥିବା ଯୋଗୁଁ ପୁଲିସ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe