Advertisment

କଟକରୁ ବିପୁଳ ନକଲି କରୋନା ମେଡିସିନ୍‌ ‘ଫାଭିପିରାଭିର୍‌’ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍‌ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍‌ ଜବତ ହୋଇଛି। ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି। କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଗୁରୁବାର ଦିନ ଚଢ଼ଉ କରିଥିଲା। ଆଜି ମଧ୍ୟ […]

author-image
Manoranjan Sial
ଅଦ୍ୟତନ ହୋଇଛି
କଟକରୁ ବିପୁଳ ନକଲି କରୋନା ମେଡିସିନ୍‌ ‘ଫାଭିପିରାଭିର୍‌’ ଜବତ

Favipiravir tablets

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍‌ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍‌ ଜବତ ହୋଇଛି। ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି।

Advertisment

କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଗୁରୁବାର ଦିନ ଚଢ଼ଉ କରିଥିଲା। ଆଜି ମଧ୍ୟ ଚଢ଼ଉ ଜାରି ରହିଛି। ଉକ୍ତ ମେଡିସିନ୍‌ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଛି। ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି। ଜବତ ହୋଇଥିବା ଫାଭିପିରାଭିର୍ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।

ଅଭିଯୋଗରୁ ପ୍ରକାଶ, କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ମେଡିସିନ୍‌ ଉତ୍ତରପ୍ରଦେଶରୁ ଆସିଛି। ସେହି ମେଡିସିନ୍‌ ଓଡ଼ିଶା ସହିତ ମଧ୍ୟପ୍ରଦେଶକୁ ମଧ୍ୟ ଯାଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କ ଦାସ କହିଛନ୍ତି। ତେବେ କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ମେଡିସିନ୍‌ ଆଉ କେଉଁ ସହରକୁ ଯାଇଛି, ତାହା ଜଣାପଡ଼ିନାହିଁ। ଏବେ ତାହା ଉପରେ ଉପରେ ତଦନ୍ତ ଚାଲିଛି।

Advertisment

ସୂଚନାରୁ ପ୍ରକାଶ, କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍‌ ମେଡିସିନ୍‌ ବ୍ୟବହାର ହେଉଛି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍‌ ଦିଆଯାଉଛି। ଯେଉଁଥିପାଇଁ ଲୋକମାନେ ମନଇଚ୍ଛା ଫାଭିପିରାଭିର୍‌ ମେଡିସିନ୍‌କୁ କିଣିନେଇ ଘରେ ଗଚ୍ଛିତ ରଖୁଛନ୍ତି। ଯାହାଫଳରେ ବଜାରରେ ଫାଭିପିରାଭିର୍‌ ମେଡିସିନ୍‌ର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କିଛି ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍‌ ମେଡିସିନ୍‌ ତିଆରି କରି ବଜାରକୁ ଛାଡୁଛନ୍ତି।