Advertisment

ମାତାଲ୍‌ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଲୋକଙ୍କୁ ପିଟିଲେ,ପୁଲିସ ଗାଡ଼ି କାଚ ଭାଙ୍ଗିଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଭିଡିଓଟି ବାଲେଶ୍ୱର ସହରର ବୋଲି ଜଣାପଡ଼ିଛି। ଗତକାଲି ବିଶ୍ୱରଞ୍ଜନ ନାଏକ ପୂଜା ଦେଖିବାକୁ ଆସୁଥିବା ଲୋକଙ୍କୁ ଗୋଶାଳାପଦା ଅଞ୍ଚଳରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲା। ଏହାକୁ ନେଇ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱରଞ୍ଜନକୁ କାବୁ କରିବାକୁ ଚେଷ୍ଟା […]

ଅଦ୍ୟତନ ହୋଇଛି
ମାତାଲ୍‌ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଲୋକଙ୍କୁ ପିଟିଲେ,ପୁଲିସ ଗାଡ଼ି କାଚ ଭାଙ୍ଗିଲେ

mada2

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଭିଡିଓଟି ବାଲେଶ୍ୱର ସହରର ବୋଲି ଜଣାପଡ଼ିଛି।

Advertisment

ଗତକାଲି ବିଶ୍ୱରଞ୍ଜନ ନାଏକ ପୂଜା ଦେଖିବାକୁ ଆସୁଥିବା ଲୋକଙ୍କୁ ଗୋଶାଳାପଦା ଅଞ୍ଚଳରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲା। ଏହାକୁ ନେଇ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱରଞ୍ଜନକୁ କାବୁ କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ସେ ପୁଲିସ ସହିତ ମଧ୍ୟ ଧସ୍ତାଧସ୍ତି କରିଥିଲା। ଏପରିକି ପୁଲିସ ଗାଡ଼ି କାଚ ଭାଙ୍ଗିଥିଲା। ପରେ ପୁଲିସ ତାକୁ କୌଶଳକ୍ରମେ କାବୁ କରି ଥାନାକୁ ଆଣିଥିଲା। ଯାହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଯୁବକ ଜଣକ ମଦ ପିଇଥିବା ଅଭିଯୋଗ ହେଉଛି। ସେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡ଼ିଛି।

ବିଶ୍ୱରଞ୍ଜନଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତି ରାହୁଲ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ମାମଲା ରୁଜୁ କରି ବିଶ୍ୱରଞ୍ଜନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe