ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ଲଗାଣ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଚାଲୁଛି। ଫଳରେ ମୃତଦେହକୁ ଟ୍ୟୁବ୍ ସାହାଯ୍ୟରେ ପାର କଲେ ଲୋକେ। ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଗୌଡ଼ରଣପଡ଼ା ଗାଁରେ।
ଗତକାଲି ଗାଁର କୁନି ଭୋଇ ନାମକ ଜଣେ ବୃଦ୍ଧା (୭୦)ଙ୍କ ମୃତ୍ୟୁ ଘଟିଥିଲା। ତେବେ ଲଗାଣ ବର୍ଷା ଯୋଗୁ ନିକଟସ୍ଥ ନଦୀର ଜଳସ୍ତର ବଢ଼ିବା ଫଳରେ ଗାଁର ହରିଜନ ସାହି ପାଣି ଘେରରେ ରହିଛି। ତେବେ ଯାତାୟତରେ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ହରିଜନ ସାହିର ଲୋକେ ଟ୍ୟବ୍ରେ ମୃତଦେହକୁ ସତ୍କାର ପାଇଁ ନେଇଥିଲେ। ତେବେ ଘଟଣା ସମୟର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର
ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ।
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।