Advertisment

କଙ୍ଗାରୁ କୋର୍ଟର ବର୍ବରତା; ୧୮ ବର୍ଷର ପୂର୍ବର ନିୟମ ମାନି ନ ଥିବାରୁ ଉଠି ପାରୁନି ମୃତଦେହ

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର):  କଙ୍ଗାରୁ କୋର୍ଟ ନିଷ୍ପତ୍ତି ଆଗରେ ହଜିଗଲା ମାନବିକତା। ୧୮ ବର୍ଷ ତଳର ନିୟମ ପାଳନ କରି ନ ଥିବାରୁ  ଘରୁ ଉଠି ପାରୁନି ବୃଦ୍ଧାଙ୍କ ମୃତଦେହ। ଦୁଇ ଦିନ ଧରି ସେମିତି ପଡ଼ିରହିଛି। ଏପରି ଅସମୟରେ ମୃତଦେହକୁ କାନ୍ଧ ଦେବାକୁ ଆଗେଇ ଆସୁ ନାହାନ୍ତି ଗାଁ ଲୋକେ।  ଏଭଳି କରୁଣ କାହାଣୀ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିରିପଦର ଗାଁରେ। ସୂଚନାଯୋଗ୍ୟ,୧୮ ବର୍ଷ ପୂର୍ବରୁ ଘଟିଥିବା ଏକ ଘଟଣାକୁ ନେଇ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନାଳରୁ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ

deadbody

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର):  କଙ୍ଗାରୁ କୋର୍ଟ ନିଷ୍ପତ୍ତି ଆଗରେ ହଜିଗଲା ମାନବିକତା। ୧୮ ବର୍ଷ ତଳର ନିୟମ ପାଳନ କରି ନ ଥିବାରୁ  ଘରୁ ଉଠି ପାରୁନି ବୃଦ୍ଧାଙ୍କ ମୃତଦେହ। ଦୁଇ ଦିନ ଧରି ସେମିତି ପଡ଼ିରହିଛି। ଏପରି ଅସମୟରେ ମୃତଦେହକୁ କାନ୍ଧ ଦେବାକୁ ଆଗେଇ ଆସୁ ନାହାନ୍ତି ଗାଁ ଲୋକେ।  ଏଭଳି କରୁଣ କାହାଣୀ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିରିପଦର ଗାଁରେ।

Advertisment

ସୂଚନାଯୋଗ୍ୟ,୧୮ ବର୍ଷ ପୂର୍ବରୁ ଘଟିଥିବା ଏକ ଘଟଣାକୁ ନେଇ ବିରିପଦର ଗାଁର ଶ୍ରବଣ ଦାସଙ୍କ ପରିବାରକୁ ଗାଁ ମୁରବୀମାନେ ୧୦ ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାକୁ କହିଥିଲେ। ସେବେଠୁ ଗାଁରେ ରହୁନଥିଲେ ପୁରା ପରିବାର। ତେବେ ଗତ କିଛି ଦିନ ତଳେ ହିଁ ଗାଁକୁ ଫେରିଥିଲେ। ହେଲେ ଗତକାଲି ଶ୍ରବଣଙ୍କ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିଲା।

ତେବେ ୧୮ ବର୍ଷ ତଳର ଜୋରିମାନା ଦେଇନଥିବାରୁ ଗାଁ ଲୋକେ ମୃତଦେହ ସତ୍କାରରେ ତାଙ୍କୁ ସହାୟତା କରୁନାହାନ୍ତି। କୃଷ୍ଣପ୍ରସାଦ ପୁଲିସକୁ  ଶ୍ରବଣ ଘଟଣା ସମ୍ପର୍କରେ ଜଣାଇଥିବା ବେଳେ ପୁଲିସ୍ ମାମଲାରେ ସହାୟତା ନ କରି ନିରବଦଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି ।

Advertisment
Deadbody