Advertisment

ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ୩ ହଜାର କ୍ୱିଣ୍ଟାଲ୍‌ ଧାନ

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏଥିପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସିମିଳିପଦର, ସୁଣ୍ଡିପଦର, ବରଗୋଛା, ଲମ୍ୱସରି, ସରସରା ଓ ବହିରା ମଣ୍ଡିରେ ଶହ ଶହ କ୍ୱିଣ୍ଟାଲ୍‌ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଛି। ଚାଷୀଙ୍କର ଅଭିଯୋଗ ଅନୁଯାୟୀ ଟୋକେନ୍‌ ପାଇବା ପରେ ଗତ ୪ ତାରିଖରେ ସେମାନେ ମଣ୍ଡିକୁ ଧାନ ଆଣିଥିଲେ। ହେଲେ ଧାନ ବିକ୍ରି ନ ହୋଇପାରିବାରୁ ପାଖାପାଖି ୬୫୦ […]

ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ୩ ହଜାର କ୍ୱିଣ୍ଟାଲ୍‌ ଧାନ

dhana

Advertisment

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏଥିପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସିମିଳିପଦର, ସୁଣ୍ଡିପଦର, ବରଗୋଛା, ଲମ୍ୱସରି, ସରସରା ଓ ବହିରା ମଣ୍ଡିରେ ଶହ ଶହ କ୍ୱିଣ୍ଟାଲ୍‌ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଛି।

Advertisment

ଚାଷୀଙ୍କର ଅଭିଯୋଗ ଅନୁଯାୟୀ ଟୋକେନ୍‌ ପାଇବା ପରେ ଗତ ୪ ତାରିଖରେ ସେମାନେ ମଣ୍ଡିକୁ ଧାନ ଆଣିଥିଲେ। ହେଲେ ଧାନ ବିକ୍ରି ନ ହୋଇପାରିବାରୁ ପାଖାପାଖି ୬୫୦ ଜଣ ଚାଷୀଙ୍କର ଟୋକେନ୍ ରଦ୍ଧ ହୋଇଥିଲା। ତେଣୁ ୩ ହଜାର କିଣ୍ଟାଲ୍ ଧାନ ମଣ୍ଡିରେ ବର୍ଷା ପାଣିରେ ଭିଜି ଗଜା ବାହାରିବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି କେବେ ଟୋକେନ୍‌ ମିଳିବ, ତାହା ବି ଜଣାନାହିଁ।

କିଛି ଚାଷୀ ଘରକୁ ଧାନ ଫେରାଇ ନେଇଥିବା ବେଳେ ଅନ୍ୟ କିଛି ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିଛନ୍ତି। ସେପଟେ ଓଦା ହେଉଥିବା ଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପାଲ ମଧ୍ୟ ଯୋଗାଇ ଦିଆଯାଇନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe