/odisha-reporter/media/post_attachments/uploads/2020/05/angul-660000.jpg)
angul
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମ୍ସିଏଲ୍ର ଅନନ୍ତ କୋଇଲା ଖଣିରେ ଏକ ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଣୁଧର ପ୍ରଧାନ। ତାଙ୍କ ଘର ହେଁସମୁଳ ଗାଁରେ।
Advertisment
ଆଜି ସକାଳେ ସେ କାମ କରିବାକୁ ଖଣି ଭିତରକୁ ଯାଉଥିବା ବେଳେ ହଠାତ୍ ଏକ ଡମ୍ପର ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ଖବରପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର କ୍ଷତିପୂରଣ ଓ ସହାୟତା ଯୋଗାଇ ଦେବାକୁ ସେ ଏମ୍ସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
