Advertisment

ବୋତଲ ଅସଲି, ଥଣ୍ଡା ନକଲି

କଟକ(ଓଡ଼ିଶା ରିପର୍ଟର): ବୋଲତ ଦେଖିବାକୁ ଠିକ ନାମୀଦାମି କମ୍ପାନୀର ଥଣ୍ଡା ବା ମୃଦୁପାନୀୟ ବୋତଲ ଭଳି। ହେଲେ ଭିତରେ ଥିଲା ନକଲି ମୃଦୁପାନୀୟ। ବୋଲତ ଉପରେ ମରାଯାଉଥିବା ଷ୍ଟିକର ମଧ୍ୟ ଥିଲା ନକଲି। ବିନା କୌଣସି ପରୀକ୍ଷାରେ ଏହି ମୃଦୁପାନୀୟ ପ୍ୟାକିଂ ହୋଇ ମାର୍କେଟକୁ ଯାଉଥିଲା। ହେଲେ ଶୁକ୍ରବାର ଏହି ନକଲି ମୃଦୁପାନୀୟ ଫ୍ୟାକ୍ଟ୍ରି ଉପରେ ପୁଲିସ ଚଢ଼ାଉ କରିବା ପରେ ସତ ପଦାକୁ ଆସିଛି। ଆଜି କଟକ ଜଗତପୁର ଅଞ୍ଚଳରୁ ଏହି ନକଲି ଜିନିଷ ଓ […]

ଅଦ୍ୟତନ ହୋଇଛି
ବୋତଲ ଅସଲି, ଥଣ୍ଡା ନକଲି

Cold-Drink

Advertisment

କଟକ(ଓଡ଼ିଶା ରିପର୍ଟର): ବୋଲତ ଦେଖିବାକୁ ଠିକ ନାମୀଦାମି କମ୍ପାନୀର ଥଣ୍ଡା ବା ମୃଦୁପାନୀୟ ବୋତଲ ଭଳି। ହେଲେ ଭିତରେ ଥିଲା ନକଲି ମୃଦୁପାନୀୟ। ବୋଲତ ଉପରେ ମରାଯାଉଥିବା ଷ୍ଟିକର ମଧ୍ୟ ଥିଲା ନକଲି। ବିନା କୌଣସି ପରୀକ୍ଷାରେ ଏହି ମୃଦୁପାନୀୟ ପ୍ୟାକିଂ ହୋଇ ମାର୍କେଟକୁ ଯାଉଥିଲା। ହେଲେ ଶୁକ୍ରବାର ଏହି ନକଲି ମୃଦୁପାନୀୟ ଫ୍ୟାକ୍ଟ୍ରି ଉପରେ ପୁଲିସ ଚଢ଼ାଉ କରିବା ପରେ ସତ ପଦାକୁ ଆସିଛି। ଆଜି କଟକ ଜଗତପୁର ଅଞ୍ଚଳରୁ ଏହି ନକଲି ଜିନିଷ ଓ ଫ୍ୟାକ୍ଟ୍ରି ଜବତ ହୋଇଛି।

Advertisment

ଯାଜପୁର, କେନ୍ଦ୍ରାପଡା ଓ କିଛି ଆଖପାଖ ଜିଲ୍ଲାକୁ ଏହା ବିକ୍ରି ପାଇଁ ପଠାଉଥିବା ଜଣାପଡିଛି । ଏହାକୁ ପିଇଲେ ବିଭିନ୍ନ ପ୍ରକାରର ରୋଗ ହେଵାର ଆଶଙ୍କା ରହିଥିବା ଫୁଡ ସେଫ୍ଟି ଅଫିସର କହିଛନ୍ତି।

ଫ୍ରାକ୍ଟ୍ରିରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ କମିଶନରେଟ ପୁଲିସର ମିଳିତ ଚଢ଼ାଉ ହୋଇଥିଲା। ଯେଉଁଠାରେ ଏହି କାରଖାନାରୁ ୪ହଜାର ବୋତଲ ମୃଦୁପାନୀୟ ପୁଲିସ ଜଵତ କରିଥିଲା। ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ ୪ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ମୃଦୁପନୀୟକୁ ଜବତ କରି ପରୀକ୍ଷା ପାଇଁ ନେଇଛି। କାରଖାନାର ମାଲିକ ଜିତେନ୍ଦ୍ର ସାହୁ ଗତ କିଛି ବର୍ଷ ହେବ ଜଗତପୁର ଡିଗି ସାହିରେ ଏହି କାରଖାନା ଚଳାଇଥିଲେ।

Advertisment

ତେବେ ଗତ ଏକ ମାସ ହେବ ସେ ତରୋଳରେ ଏକ ହୋଟେଲ ଭିତରେ ଏହି କାରଖାନା କରି ଚଲାଉଥିଲେ। ବିନା ଟ୍ରେଡ ଲାଇସେନ୍ସ ଓ ବିନା ଫୁଡ ଲାଇସେନ୍ସରେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଏହି ମ୍ୟାନୁଫ୍ୟାକଚରିଂ ୟୁନିଟ ଚାଲୁଥିଲା । ଚିନି ପାଣିରେ ଵିଭିନ୍ନ ପ୍ରକାର କେମିକାଲ, କଲର ଏବଂ ଏସେନ୍ସ ମିଶାଇ ତିଆରି ସେ କରୁଥିଲେ ମୃଦୁପାନୀୟ। ବିଭିନ୍ନ ନାମୀ କମ୍ପାନୀର ଅବିକଳ ବୋତଲ ଓ ଲୋଗ ତିଆରି କରି ବଜାରକୁ ଛାଡୁଥିଲେ। କାରଖାନାର ପରିବେଶ ମଧ୍ୟ ଅସ୍ୱାସ୍ଥ୍ୟକର ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ପୁଲିସ କାରଖାନାକୁ ସିଲ କରିବା ସହିତ ଜିତେନ୍ଦ୍ରଙ୍କୁ ଅଟକ ରଖିଛନ୍ତି। ତେବେ ଖାଦ୍ୟ ସୁରକ୍ଷା ଅନୁମତି ଥିବା ଜିତେନ୍ଦ୍ର ଗଣମାଧ୍ୟମକୁ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe