ଖେଳ କରି ଧରାପଡ଼ି ଗଲେ ନକଲି ଲେଡି ଆଇପିଏସ ଅଫିସର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ମହିଳା ପୁଲିସ ହାତରେ ଧରାପଡ଼ିଛନ୍ତି । ନକଲି ଆଇପିଏସର ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ରାଉରକେଲା ପୁଲିସ ତାଙ୍କୁ ଗିରଫ କରିଛି । ଘଟଣା ମୁତାବକ ଶର୍ମିଷ୍ଠା ବେହେରା ନାମକ ଜଣେ ମହିଳା ବାସନ୍ତୀ କଲୋନୀ ନିକଟରେ ଥିବା ଏକ ବାଇକ ସୋ ରୁମରେ ନକଲି ଆଇପିଏସ ପରିଚୟ ପତ୍ର ଦେଇ ଡିଲରଙ୍କ ଠାରୁ ବୁଲେଟ ମୋଟର ସାଇକେଲ ନେଇଥିଲେ । ଏହାପରେ […]

hbvc

Tapas Behera
  • Published: Tuesday, 18 August 2020
  • , Updated: 31 October 2020, 11:26 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ମହିଳା ପୁଲିସ ହାତରେ ଧରାପଡ଼ିଛନ୍ତି । ନକଲି ଆଇପିଏସର ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ରାଉରକେଲା ପୁଲିସ ତାଙ୍କୁ ଗିରଫ କରିଛି ।

ଘଟଣା ମୁତାବକ ଶର୍ମିଷ୍ଠା ବେହେରା ନାମକ ଜଣେ ମହିଳା ବାସନ୍ତୀ କଲୋନୀ ନିକଟରେ ଥିବା ଏକ ବାଇକ ସୋ ରୁମରେ ନକଲି ଆଇପିଏସ ପରିଚୟ ପତ୍ର ଦେଇ ଡିଲରଙ୍କ ଠାରୁ ବୁଲେଟ ମୋଟର ସାଇକେଲ ନେଇଥିଲେ । ଏହାପରେ ସେ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସମ୍ପୃକ୍ତ ଡିଲରଙ୍କୁ ଦାବି କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।

ପୂର୍ବରୁ ସମ୍ପୃକ୍ତ ମହିଳା ଭୁବନେଶ୍ୱରରେ ମଧ୍ୟ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ କମିଶନରେଟ ପୁଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ । ତାଙ୍କ ପାଖରୁ ସେତେବେଳେ ନକଲି ୟୁନିଫର୍ମ ଏବଂ ପରିଚୟ ପତ୍ର ଜବତ ହୋଇଥିଲା । କମିଶନରେଟ ପୁଲିସ ନୋଟିସ ଦେଇ ତାଙ୍କୁ ଛାଡ଼ିଥିଲା । ପୁଣିଥରେ ଏବେ ସମାନ ଠକାମୀ କରି ରାଉରକେଲା ଉଦିତନଗର ପୋଲିସ ହାତରେ ଧରାପଡିଛନ୍ତି ଏହି ନକଲି ଆଇପିଏସ ଅଫିସର । ରାଉରକେଲାରେ ଏହି ମହିଳା ଆଉ କୋଉଁ ଠକାମୀରେ ସାମିଲ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି ।

Related story