Durga_Puja
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚଳିତ ବର୍ଷ ଆୟୋଜିତ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା । ବିଭିନ୍ନ ପୂଜା କମିଟି ସହ ପୁଲିସ୍ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Advertisment
ଜାଣନ୍ତୁ, ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ପୂଜା ଆୟୋଜନ ନିମନ୍ତେ କ’ଣ ରହିଛି ନିୟମ।
- ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି।
- ମାଇକ ମଧ୍ୟ ବାଜିବନି।
- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ।
- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ।
- ଘର ଘର ବୁଲି ଚାନ୍ଦା କରାଯିବନି।
- ସ୍ୱଇଚ୍ଛାରେ ଯିଏ ଯାହା ଦେବ। ଲୋକ ମଣ୍ଡପକୁ ନଆସି, ଘରେ ରହି ପୂଜା ପାଳନ କରିବେ।
- ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ।
- ରାବଣ ପୋଡ଼ି କି ଭସାଣ ଉତ୍ସବ କରାଯିବ ନାହିଁ।
- କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/Durga_Puja-777.jpg)