durga
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାୟାଙ୍କ ମହାଷ୍ଟମୀ। ଚଣ୍ଡୀପାଠରେ କମ୍ପୁଛି ଗଗନ ପବନ। ଗାଁଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ। ସକାଳୁ ଆରମ୍ଭ ହୋଇଥିଲା ଜଗତ୍ଜନନୀଙ୍କ ମହାଷ୍ଟମୀ ପୂଜା। କିଏ ଜଗତଜନନୀଙ୍କୁ ଶାଢ଼ି ଦେଇ ନିଜର ସର୍ବମଙ୍ଗଳ କାମନା କରିଛନ୍ତି ତ ଆଉ କିଏ ଚୁଡ଼ି ଓ ସିନ୍ଦୂର ଦେଇ ପରିବାରର ଶୁଭ ମନାସିଛନ୍ତି।
ବିଭିନ୍ନ ସ୍ଥାନରେ ସମୁହ ଦୀପ ଦାନ କରି ମାଆ ଦୁର୍ଗାଙ୍କ ଆଶିଷ କାମନା କରିଛନ୍ତି ମହିଳା। ଅଷ୍ଟମୀ ଗତେ, ନବମୀ ଆଗମନ ସମୟରେ କରାଯାଇଥିଲା ସନ୍ଧି ପୂଜା। ଏହାପରେ ମାଆଙ୍କ ନିକଟରେ ପାଣିକଖାରୁ ବଳି ଦିଆଯାଇଛି।
ଏପଟେ କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଛତର୍ ଯାତ୍ରା। ଗୁପ୍ତପୂଜା ଓ ସନ୍ଧିପୂଜା ପରେ ମାଆଙ୍କ ଚଳନ୍ତି ପ୍ରତିମା ଛତରକୁ ଜେନାଖାଲ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମାଣିକେଶ୍ୱରୀ ମନ୍ଦିର ଅଭିମୁଖେ ବାହାରିଥିଲା ବିଜୟ ଛତର୍। ସହର ମଧ୍ୟ ଦେଇ ବିଜୟ ଛତର ଅତିକ୍ରମ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଶ୍ରଦ୍ଧାଳୁ ପାରା ଉଡ଼ାଇବା ସହ ମାଆଙ୍କ ଉଦ୍ଦେଶ୍ୟରେ ପଶୁ ପକ୍ଷୀଙ୍କ ବଳି ଦେଇଥିଲେ।
ରାଜପରିବାର ଗୁଡ଼ିକରେ ମାଆଙ୍କ ପୂଜାର୍ଚ୍ଚନା ଭିନ୍ନ ରୀତିରେ ଅନୁଷ୍ଠିତ ହୋଇଛି। ନୀଳଗିରି ରାଜବାଟିରେ ମାଆ କନକ ଦୁର୍ଗାଙ୍କ ନିକଟରେ ଷୋଡ଼ଶ ଉପଚାର ସହ ନବମୀ ପୂଜା ଅନୁଷ୍ଠିତ ହୋଇଛି। ଏଠାରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଚଣ୍ଡୀପୂଜାରେ ପୂର୍ଣ୍ଣାହୁତି ଦେବା ପରମ୍ପରା ରହିଛି।
ଅନ୍ୟପଟେ କେନ୍ଦ୍ରାପଡ଼ାର ଆଳି ରାଜବାଟିରେ ରାଜକୀୟ ପରମ୍ପରାରେ କରାଯାଇଛି ମାଆଙ୍କ ପୂଜାର୍ଚ୍ଚନା। ଏହି ଅବସରରେ ରାଜା ବ୍ରଜକେଶରୀ ଦେବଙ୍କୁ ରାଜାଭିଷେକ କରାଯାଇଥିଲା। ପରେ ମାଆଙ୍କ ନିକଟରେ ଦିଆଯାଇଥିଲା ମାଛ ବଳି।
ରାଜ୍ୟ ବାହାରେ ମଧ୍ୟ ମାଆଙ୍କ ମହାଷ୍ଟମୀ ପୂଜା ଧୁମଧାମ୍ରେ ପାଳିତ ହୋଇଛି। ଉତ୍ତର ମୁମ୍ବାଇରେ ପୂଜା ପେଣ୍ଡାଲରେ ମାଆଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ, ଜୟା ବଚ୍ଚନ ଓ ଅଭିନେତ୍ରୀ କାଜଲ। ସେପଟେ କୋଲକାତାରେ ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ ଜହାଁ ମାଆଙ୍କୁ ଦର୍ଶନ କରିବା ସହ ପାରମ୍ପରିକ ବାଜା ବଜାଇ ନୃତ୍ୟ ପରିବେଷଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/durga.jpg)