pic4
କୁଚିଣ୍ଡା/ଜୟପୁର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୁର୍ଗା ପୂଜା। ଏଥିପାଇଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସହରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତୋରଣ ବନ୍ଧାଠାରୁ ଆରମ୍ଭ କରି ମୂର୍ତ୍ତି ତିଆରିରେ ନିମଗ୍ନ ହୋଇଛନ୍ତି କୁଚିଣ୍ଡାରେ ଥିବା କାରିଗର। ସହରର ମୁଖ୍ୟ ତିନୋଟି ସ୍ଥାନ ମନ୍ଦିର ଛକ ଓ ପଞ୍ଚମୁଖୀ ଛକରେ ମା’ଙ୍କର ମୃଣ୍ମୟୀ ପ୍ରତିମା ପୂଜା କରାଯାଉଥିବା ବେଳେ ବସ୍ଷ୍ଟାଣ୍ଡ ଛକରେ ମା’ଙ୍କର ସ୍ଥାପିତ ମୂର୍ତ୍ତି ପୂଜା କରାଯାଇଥାଏ।
/odisha-reporter/media/post_attachments/wp-content/uploads/2019/09/pic3.jpg)
ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ଲାଇଟ୍ ଡେକୋରେସନ୍ଠାରୁ ଆରମ୍ଭ କରି ମନୋରଞ୍ଜନର ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି।
/odisha-reporter/media/post_attachments/wp-content/uploads/2019/09/pic5.jpg)
ସେହିପରି କୋରାପୁଟ ଜିଲ୍ଲା ଜୟପୁରର ବିଭିନ୍ନ ପୂଜା କମିଟି ପକ୍ଷରୁ ମେଢ ନିର୍ମାଣ ସହ ମା’ଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପୂଜାକୁ କିଭଳି ଆକର୍ଷଣୀୟ କରାଯିବ, ସେ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା। ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ କଳାକାର ଆସିବେ ବୋଲି ପୂଜା କମିଟିଗୁଡ଼ିକ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ପୂଜା ସମୟରେ ସହରରେ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବା ସହିତ ସ୍ୱଚ୍ଛତା ବଜାୟ ରଖିବା, ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ଏବଂ ଦେଶୀ ମଦ ଭାଟି ଉପରେ ରୋକ ଲଗାଇବା ନେଇ ପଦକ୍ଷେପ ନିଆଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/pic4.jpg)