Advertisment

ଏଥର ରାଜଧାନୀରେ କଟକଣାମୁକ୍ତ ଦୂର୍ଗା ପୂଜା, ଶୋଭା ପାଇବେ ୧୭୮ଟି ମେଢ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସମସ୍ତ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ସମଗ୍ର ରାଜ୍ୟରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦୂର୍ଗା ପୂଜା। ଏଥର ରାଜଧାନୀରେ ବେଶ୍‌ ଜାକଜମକରେ ହେବ କଟକଣାମୁକ୍ତ ଦୂର୍ଗା ପୂଜା । ଏଥିନିମନ୍ତେ ଆରମ୍ଭ ହେଲାଣି ପ୍ରସ୍ତୁତି। […]

ଅଦ୍ୟତନ ହୋଇଛି
ଏଥର ରାଜଧାନୀରେ କଟକଣାମୁକ୍ତ ଦୂର୍ଗା ପୂଜା, ଶୋଭା ପାଇବେ ୧୭୮ଟି ମେଢ଼

durga-puja

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସମସ୍ତ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ସମଗ୍ର ରାଜ୍ୟରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦୂର୍ଗା ପୂଜା। ଏଥର ରାଜଧାନୀରେ ବେଶ୍‌ ଜାକଜମକରେ ହେବ କଟକଣାମୁକ୍ତ ଦୂର୍ଗା ପୂଜା । ଏଥିନିମନ୍ତେ ଆରମ୍ଭ ହେଲାଣି ପ୍ରସ୍ତୁତି।

Advertisment

ଏଥର ରାଜଧାନୀରେ ଶୋଭା ପାଇବ ୧୭୮ଟି ମେଢ଼। ପୂର୍ବ ଭଳି ଭସାଣି ପାଇଁ ନିର୍ମାଣ ହେବ ଅସ୍ଥାୟୀ ବିସର୍ଜନ ପୋଖରୀ। ମେଳାରେ ଖାଦ୍ୟର ମାନ ପରଖିବା ପାଇଁ ୭ ଜଣ ଫୁଡ୍ ଇନ୍ସପେକ୍ଟର ରହିବେ । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି ।

ଚଳିତ ବର୍ଷ ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବିଭିନ୍ନ ବିଭାଗ ସହ ବିଏମ୍‌ସିର ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି।  ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ  ସହ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି ।

Advertisment

ସୂଚନାଯୋଗ୍ୟ, ଗତ ବର୍ଷ କଟକଣାମୁକ୍ତ ଦୁର୍ଗା ପୂଜା କରିବାକୁ ବହୁ ଆବେଦନ ସତ୍ତ୍ୱେ ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ ରାଜ୍ୟ ସରକାର। ଏପରିକି ମୂର୍ତ୍ତି ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ସହ ମଣ୍ଡପକୁ ଆବଦ୍ଧ କରି ପୂଜା କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏପରି କଟକଣା ବିରୋଧରେ ବହୁ ପ୍ରତିବାଦ ସ୍ୱର ଉଠିଥିଲେ ବି ଶେଷରେ ସରକାରଙ୍କ ନିଷ୍ପତ୍ତି ହିଁ ବଳବତ୍ତର ରହିଥିଲା। ହେଲେ ଚଳିତ ବର୍ଷ କଟକଣାମୁକ୍ତ ପୂଜା ପାଇଁ ଅନୁମତି ମିଳିଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe