Advertisment

ପୁଣି ଥରେ ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ

‘ସମଲିଙ୍ଗି ବିବାହକୁ ବହୁ ବଡ଼ବଡ଼ ଦେଶ ସ୍ୱୀକୃତି ଦେଇଛନ୍ତି। ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ପରି ଦେଶରେ ସମଲିଙ୍ଗି ବିବାହକୁ ସ୍ୱୀକୃତି ମିଳିଛି। କିନ୍ତୁ ଭାରତବର୍ଷରେ ସମଲିଙ୍ଗି ବିବାହକୁ ଆଜି ପର୍ଯ୍ୟନ୍ତ ଆଇନଗତ ମାନ୍ୟତା ମିଳିନି।’

ଅଦ୍ୟତନ ହୋଇଛି
Dutee

Dutee

Advertisment

ପୁଣି ଥରେ ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥର ସେ ନିଜ ପାରିବାରିକ ଜୀବନକୁ ନେଇ ନୁହେଁ, ବରଂ ଏକ ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ଦୂତୀ କହିଛନ୍ତି, ବିବାହ ପରେ ଆମେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ। ଯଦି କେବେ ସନ୍ତାନ ଜନ୍ମ କଲୁ, ତାହାହେଲେ ମୁଁ ବାପା ହେବି ଓ ସେ ମାଆ ହେବେ। ଛୁଆକୁ ବାପାର ପରିଚୟ ଦେବି ଓ କର୍ତ୍ତବ୍ୟ କରିବି। ପିଲାର ଲାଳନ ପାଳନ ମଧ୍ୟ କରିବି ବୋଲି ଦୂତୀ କହିଛନ୍ତି।

Advertisment

ନିଜର ସମଲିଙ୍ଗି ସମ୍ପର୍କକୁ ନେଇ ଦୂତୀ କହିଛନ୍ତି, ପରିବାରଠାରୁ ସ୍ୱୀକୃତି ପାଇଁ ପ୍ରଥମେ ବହୁ ସଂଘର୍ଷ କାରିବାକୁ ପଡ଼ିଥିଲା। ପରିବାର ଲୋକେ ବିଶ୍ୱାସ କରୁନଥିଲେ କି ସହଯୋଗ କରୁନଥିଲେ। କାରଣ ସେତେବେଳେ ସମଲିଙ୍ଗି ବିବାହ ବିଷୟରେ ବାପା ଓ ମାଆ ବିଶେଷ କିଛି ଅବଗତ ନଥିଲେ। ଏଥିପାଇଁ କଳଙ୍କ ଲାଗିଯିବ ଓ ସାନ ଦୁଇ ଭଉଣୀ ବାହା ହୋଇନଥିବାରୁ ପରିବାର ଅପବାଦ ମୁଣ୍ଡାଇବେ ଆଦି କହି ସେମାନେ ବିରୋଧ କରୁଥିଲେ। ପରବର୍ତ୍ତୀ ସମୟରେ ବାପା ଓ ମାଆଙ୍କୁ ବୁଝାଇଲି ଏବଂ ତା’ପରେ ସେମାନେ ବୁଝିଥିଲେ ବୋଲି ଦୂତୀ କହିଛନ୍ତି।

ସେ ଆହୁରି କହିଛନ୍ତି, ସମଲିଙ୍ଗି ବିବାହକୁ ବହୁ ବଡ଼ବଡ଼ ଦେଶ ସ୍ୱୀକୃତି ଦେଇଛନ୍ତି। ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ପରି ଦେଶରେ ସମଲିଙ୍ଗି ବିବାହକୁ ସ୍ୱୀକୃତି ମିଳିଛି। କିନ୍ତୁ ଭାରତବର୍ଷରେ ସମଲିଙ୍ଗି ବିବାହକୁ ଆଜି ପର୍ଯ୍ୟନ୍ତ ଆଇନ୍‌ଗତ ମାନ୍ୟତା ମିଳିନି। ମୋର ବିଶ୍ୱାସ ଅଛି, ଖୁବଶୀଘ୍ର ଆଇନ୍‌ଗତ ମାନ୍ୟତା ମିଳିଯିବ। ଆଉ ଯେଉଁମାନେ ପରମ୍ପରା ଓ ସଂସ୍କୃତି କଥା କହୁଛନ୍ତି, ସେମାନଙ୍କୁ ଗୋଟିଏ କଥା କହିବି ଭାରତ ହେଉଛି ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର। ଏଠି ସବୁ ଧର୍ମ ଓ ସଂସ୍କୃତିର ଲୋକ ବାସ କରନ୍ତି। ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି ବୋଲି ଦୂତୀ କହିଛନ୍ତି।

Advertisment

ସବୁବେଳେ ଚର୍ଚ୍ଚାରେ ଥିବା ଦୂତୀ ଚାନ୍ଦ ସମଲିଙ୍ଗି ସମ୍ପର୍କକୁ ନେଇ ୪ ବର୍ଷ ତଳେ ସାମ୍ନାକୁ ଆସିଥିଲେ। ଆଉ ନିଜର ଲାଇଫ୍‌ ପାର୍ଟନରଙ୍କ ସହିତ ଏକ ଜାତୀୟ ରିଏଲିଟି ଶୋରେ ଭାଗ ନେଇଥିଲେ। ଏଥିସହ ବିଭିନ୍ନ ଗଣମାଧ୍ୟମ ପୃଷ୍ଠାରେ ସ୍ଥାନ ପାଇଥିଲେ।

Odisha Sports ‌Dutee Chand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe