ଭୁବନେଶ୍ୱରରେ ସ୍ଥାପନ ହେବ ଇ-ଥାନା, ସାଲ୍ୟୁଟ୍ ପରମ୍ପରାକୁ ନାପସନ୍ଦ କଲେ ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଅଞ୍ଚଳରେ ଖୁବଶୀଘ୍ର ଇ-ଥାନା ସ୍ଥାପନ କରାଯିବ। ଏହି ଥାନାରେ କେବଳ ଗାଡ଼ି ଓ ମୋବାଇଲ୍ ଫୋନ୍ ଚୋରି ଘଟଣାର ତଦନ୍ତ ହେବ। ଅଭିଯୋଗକାରୀ ଥାନାକୁ ନଆସି ଅନଲାଇନରେ ନିଜର ପରିଚୟପତ୍ର ଓ ମୋବାଇଲ ଫୋନ୍ ନମ୍ବର ମାଧ୍ୟମରେ ଅଭିଯୋଗ କରିବା ସହ ଏତଲା କପିର ନକଲ ହାସଲ କରିପାରିବେ । ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏ ସମ୍ପର୍କରେ ସୂଚନା ଦେବା ସହ ବ୍ରିଟିଶ ଅମଳରୁ ପୁଲିସ ବାହିନୀରେ […]

sudhanshu-sarangi

sudhanshu-sarangi

Subrat Kumar Nayak
  • Published: Saturday, 14 December 2019
  • Updated: 14 December 2019, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଅଞ୍ଚଳରେ ଖୁବଶୀଘ୍ର ଇ-ଥାନା ସ୍ଥାପନ କରାଯିବ। ଏହି ଥାନାରେ କେବଳ ଗାଡ଼ି ଓ ମୋବାଇଲ୍ ଫୋନ୍ ଚୋରି ଘଟଣାର ତଦନ୍ତ ହେବ। ଅଭିଯୋଗକାରୀ ଥାନାକୁ ନଆସି ଅନଲାଇନରେ ନିଜର ପରିଚୟପତ୍ର ଓ ମୋବାଇଲ ଫୋନ୍ ନମ୍ବର ମାଧ୍ୟମରେ ଅଭିଯୋଗ କରିବା ସହ ଏତଲା କପିର ନକଲ ହାସଲ କରିପାରିବେ । ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏ ସମ୍ପର୍କରେ ସୂଚନା ଦେବା ସହ ବ୍ରିଟିଶ ଅମଳରୁ ପୁଲିସ ବାହିନୀରେ ଚାଲିଆସିଥିବା ‘ସାଲ୍ୟୁଟ୍’ ପରମ୍ପରାକୁ ମଧ୍ୟ ନାପସନ୍ଦ କରିଛନ୍ତି।

ଡଃ ଷଡ଼ଙ୍ଗୀ ଆଜି ‘ଆସ୍କ ୟୁଓର ସିପି’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମରୁ ପ୍ରେରଣା ନେଇ କମିଶନରେଟ୍ ପୁଲିସ୍ ଅଞ୍ଚଳରେ ଇ-ଥାନା ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଉଛି। ଏହି ପ୍ରସ୍ତାବ ଏବେ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ଅନୁମୋଦନ ମିଳିଲେ ଭୁବନେଶ୍ୱରରେ ଏହି ଇ-ଥାନା ସ୍ଥାପନ କରାଯିବ। ଇ-ଥାନା ପାଇଁ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ଓ ସଫ୍ଟୱେୟାର ବିକଶିତ କରାଯାଇସାରିଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ଥାନାରେ କେବଳ ଗାଡ଼ି ଓ ମୋବାଇଲ ଫୋନ୍ ଚୋରି ଘଟଣାର ଏତଲା ଅନଲାଇନରେ ଦାଏର କରାଯାଇପାରିବ। ଅଭିଯୋଗକାରୀ ନିଜର ମୋବାଇଲ ଫୋନ୍ ମାଧ୍ୟମରେ ଏତାଲା ଦେବା ସହ ଏହାର ନକଲ ମଧ୍ୟ ପାଇପାରିବେ। ଅଭିଯୋଗକାରୀ ନିଜର ୟୁଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଏତଲାର ସ୍ଥିତି ମଧ୍ୟ ଜାଣିବାର ସୁଯୋଗ ପାଇବେ। ଗାଡ଼ି ଓ ମୋବାଇଲ୍ ଫୋନ୍ ଚୋରିର ଏତଲା ଥାନାରେ ରଖାଯାଉନଥିବାର ଅଭିଯୋଗ ହେଉଛି। ତେବେ ଇ-ଥାନା କାର୍ଯ୍ୟକାରୀ ହେଲେ ଏନେଇ ଆଉ ନାଗରିକମାନଙ୍କୁ କୌଣସି ଅସୁବିଧା ହେବ ନାହିଁ।

ପୁଲିସ ବାହିନୀରେ ‘ସାଲ୍ୟୁଟ୍ ’ ପରମ୍ପରାକୁ ସେ ବ୍ୟକ୍ତିଗତ ଭାବେ ନାପସନ୍ଦ କରନ୍ତି। ପୁଲିସ ବାହିନୀର କର୍ମଚାରୀ ଓ ଅଧିକାରୀମାନେ ପରସ୍ପରକୁ ନମସ୍କାର କିମ୍ବା ଗୁଡମର୍ଣ୍ଣିଂ ଅବା ଗୁଡନାଇଟ୍ କହି ସମ୍ଭାଷଣ କରିପାରିବେ। ତେବେ ସାଲ୍ୟୁଟ୍ ପରମ୍ପରା ବ୍ରିଟିଶ ଅମଳରୁ ଚାଲି ଆସିଛି ବୋଲି ସେ କହିଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଏବେ ଭୁବନେଶ୍ୱର ଓ କଟକରେ ପ୍ରାୟ ୨୨୦ଟି ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଗାଡ଼ିଚାଳକମାନେ ରଙ୍ଗ ରୁଟରେ ଯାତାୟତ କରୁଛନ୍ତି। ସେଥିରୁ ୩୮ଟି ସ୍ଥାନ ଅତ୍ୟନ୍ତ ବିପଦଜନକ। କମିଶନରେଟ ପୁଲିସ କେବଳ ୫୦ ପ୍ରତିଶତ ଜୋରିମାନା ଏହି ରଙ୍ଗ ରୁଟରେ ଯାତାୟାତ କରୁଥିବା ଗାଡ଼ିଚାଳକଙ୍କଠୁ ଆଦାୟ କରୁଛି।

ସେହିପରି ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଚନ୍ତି ଯେ କଟକ ଓ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯିବ। ଏହି ସ୍ୱେଚ୍ଛାସେବୀମାନଙ୍କୁ ପୁଲିସ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବା ସହ ପୁଲିସ କ୍ଷମତା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ପ୍ରାୟ ୩୦୦ ପ୍ରଶ୍ନର ଉତ୍ତର ଦେଇଥିଲେ। ମହିଳାଙ୍କ ସୁରକ୍ଷା ସଂକ୍ରାନ୍ତରେ ୧୬ଜଣ ବ୍ୟକ୍ତି ପ୍ରଶ୍ନ କରିଥିବାବେଳେ ୭୭ଜଣ ଟ୍ରାଫିକ ସମସ୍ୟା ଉପରେ ପ୍ରଶ୍ନ କରିଥିଲେ। ପୁଲିସର ପେଷାଦାର ମନୋଭାବ ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ୭ଟି ପ୍ରଶ୍ନ ପଚରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story